STORYMIRROR

ସୁବ୍ରତ ରଥ

Romance Tragedy

3  

ସୁବ୍ରତ ରଥ

Romance Tragedy

କଳଙ୍କିତ ନାରୀ

କଳଙ୍କିତ ନାରୀ

1 min
208


ପ୍ରଥମ ଦେଖାରେ ଦିଶୁଥିଲ ତୁମେ

ସରଗ ପରୀ ଯେମନ୍ତ

ରୂପ ମାଧୁର୍ଯ୍ୟରେ ଅପସରା ସମ

କଲ ମୋତେ ବିମୋହିତ।


ଆଖିରେ ଆଖି ମିଶିଲା ଆଉ ହେଲା

ଭାବର ଆଦାନ ପ୍ରଦାନ

ମିଠା ହସ ଆଉ ଚୋରା ଚାହାଣିରେ

ଚୋରାଇ ନେଲ ମୋ ମନ।


ଯେବେ ପୁଣି ହେଲା ଭେଟ ପଚାରିଲି

ତୁମ ବସାର ଠିକଣା

କହିଲ ନାଲି କୋଠା ବଦନାମ ଗଳି

ହେବନାହିଁ ବାଟ ବଣା।


ଆସିବାକୁ କହି ତୁମେ ଚାଲିଗଲ

ଥମିଲା ମୋ ପାଦ ସତ

କାହିଁକି କେଜାଣି ଚାହିଁ ରହିଗଲି

ତୁମ ସେଇ ଯିବା ପଥ।


ମାଗୁଥିଲି ତୁମକୁ ପ୍ରଭୁ ନିକଟେ

ଯାଇ କି ମନ୍ଦିର ମଠ

ତଥାପି ମୁହିଁ ରହିଗଲି ତୃଷିତ

ପହଞ୍ଚିକି ନଈ ତୁଠ।


ମଧୁପ ସାଜି ଚାହୁଁଥିଲି ପିଇବି

ତୁମ ଓଠ ରୁ ମଧୁ ରସ

ଗୋଲାପୀ ଗାଲେ ଆଙ୍କିଦେବି ଚୁମ୍ବନ

ଦେଇ ପୀରତି ପରଶ।


ମଧୁଶଯ୍ୟା ରହିଗଲା ସପନରେ

ଛୁଇଁ ପାରିନି ତୁମକୁ

କାନ୍ତ ତନୁ ଯୌବନର ମଧୁରିମା

ଭୁଲି ପାରୁନି ତୁମକୁ।


ରୂପ ନଗରୀର ନାୟିକା ସାଜିଲ

କାହିଁ କେମିତି ଜାଣେନା

ସମାଜ ନଜରେ ଘୃଣ୍ୟ ଏଇ ପେଶା

ତୁମେ ଜଣେ ବାରାଙ୍ଗନା।


ହୃଦୟୁ ଭଲ ପାଉଥିଲି ତୁମକୁ

ନ ଥିଲା ତିଳେ ଛଳନା

ଏ ଚାହିଁବାଟା ଥିଲା ପ୍ରେମ କି ପାପ

ଆଜି ମଧ୍ୟ ମୁଁ ଜାଣେନା।


ଦୁନିଆ ଆଖିରେ ଚିରଦିନ ଲାଗି

ଗଣିକା ଯେ କଳଙ୍କିତ

ସମାଜ ଭୟେ ସେ କଳଙ୍କ ରେ ହୋଇ

ପାରିଲିନି କଳୁଷିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance