Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

satyajit swain

Romance

5.0  

satyajit swain

Romance

ପ୍ରୀତିର ପସରା

ପ୍ରୀତିର ପସରା

1 min
252



ପ୍ରୀତିର ପସରା ମେଲାଇ ବସିଛି

ଆସି ଲୁଟିନିଅ ପ୍ରିୟା

ଲାଜେଇ ଲାଜେଇ କଣେଇ କଣେଇ,

ଦୂରରୁ ଚାହୁଁଛ କିଆଁ ||


ତୁମପାଇଁ ମୁହିଁ ସାଇତି ରଖିଛି

ମୋର ଏ ଛୋଟ ହୃଦୟ

ତୁମ ବିନା ଆଉ ବୋଲ ମାନୁନାହିଁ,

ହେଉ ନାହିଁ ମନ ଥୟ ||


ଭଲ ପାଇବାର ଭାଗ୍ୟ ଆଜି ମତେ

ମିଳିଅଛି ତୁମ ପାଇଁ

ପାଖେପାଖେ ତୁମ ରହିଥିବି ମୁହିଁ,

ହେଇ ତୁମ ଦେହ ଛାଇ ||


ତୁମେ ସାଜିଗଲେ ସହଚରୀ ମୋର

ଜୀବନେ ମଧୁ ଭରିବ

ଜୀବନେ ଭରିଛି ଅସୁମାରୀ କଷ୍ଟ,

ତୁମେ ଯେ ତାକୁ ହରିବ ||


ଏତିକି ମାଗୁଛି ଥରେ ଶୁଣ ତୁମେ

ମୋର ପ୍ରେମ ନିବେଦନ

ମୋ ପରି ପ୍ରେମିକ ଆଉ ନମିଳିବେ,

ଖୋଜୁଥିବ ରାତି ଦିନ ||


ଦୁହେଁ ସାଜିଯିବା ଏଇ ଦୁନିଆଁର

ସବୁଠୁ ସୁନ୍ଦର ଯୋଡ଼ି

ଏତିକି ମାଗୁଛି ତୁମ ଆଗେ ଆଜି,

ମୋର ଦୁଇ ହାତ ଯୋଡ଼ି ||


*ସତ୍ୟଜିତ ସ୍ୱାଇଁ*

*ଅଡ଼ଶପୁର, କଟକ*


Rate this content
Log in

Similar oriya poem from Romance