ବଣଫୁଲ
ବଣଫୁଲ
ହେ ସଦ୍ୟ ପ୍ରସ୍ଫୁଟିତ ବଣଫୁଲ ତୁ ମନ ଉଣା କରନା ।
ମନରେ ଭାବନା କାହିଁ ଫୁଟିଲି କାହିଁ ଶୋଭା ବର୍ଦ୍ଧନ କଲି, ଏ ବନମୂଳକର ।।
ହଁ ହୋଇପାରେ ତୋ ତୋ ଭାଗ୍ୟରେ ନାହିଁ କାଷ୍ଠ ପାଷାଣ ଠାକୁର ପାଦେ
ହେବା ପାଇଁ ସମର୍ପିତ ହେଲେ ହେବୁ ନାହିଁ କେବେ ଅନାଦର ।।
ତୋ ଖିଲିଖିଳି ହସର ପାଖୁଡା ମଉଳାଇ ଦେଏନା ରେ ଫୁଲ ।
ତୁ ତ ଭାଗ୍ୟବାନ । ନୈସର୍ଗିକ ସ୍ବର୍ଗୀୟ ସୁଷମା ତୋ ପ୍ରତିଟି ପାଖୁଡାର ।
ଦିନେ ନା ଦିନେ କେଉଁ ଜଣେ କବିର କାବ୍ୟ କବିତାରେ ହେବ ରୂପାନ୍ତର ।।
ହେ ପ୍ରିୟ ବଣଫୁଲ ତୁ ନିଜକୁ ନ୍ୟୁନ ମନେ କରନା ।
ପାଇଲୁନି ବୋଲି କାହା ହୃଦୟରେ ସ୍ଥାନ,
ତୋ ଭାଗ୍ୟରେ ନାହିଁ ବୋଲି କାହା ଘର ଫୁଲଦାନୀ ।।
ନିଶ୍ଚୟ କିଏ ଜଣେ ଆସିବ ବନୋଷ୍ବଧି ପାଇଁ ଆପଣେଇ ନେବ
ତୋ ମହାନତା ଦିନେ ଦେଖିବ ଏ ସମଗ୍ର ଧରଣୀ ।।