।। ମାଆ ।।
।। ମାଆ ।।


ମାଆ ଏକ ଉପମା ବିହୀନ ଶବ୍ଦ,
ବଖାଣି ପାରିବିନି ମାଆର ମହତ୍ତ୍ୱ
ଛନ୍ଦ ଅଳଙ୍କାର ଶବ୍ଦ ଚାତୁରତାରେ ।।
ଦେଇ ପାରିବିନି କାବ୍ୟିକ ରୂପ
ମାଆର ତ୍ୟାଗ ବାସଲ୍ୟ ମମତାକୁ
ଲେଖନୀ ମୁନରେ ।।
ମାଆକୁ ନେଇ କବିତା !
ନା ମୋ ପକ୍ଷରେ ସମ୍ଭବ ନୁହଁ ।
ମାଆର ସର୍ତ୍ତବିହୀନ ପ୍ରେମ ଆଗରେ
ମୂଲ୍ୟହୀନ ମୋ ଲେଖନୀ ।।
କାଲି ଯିଏ ମାଆ ଶବ୍ଦ ସହ
ଦି ଅକ୍ଷରୀର ଯୋଗ କରି
ମହନତାର ପରିଚୟ ଦେଉଥିଲା ।
ଆଜି ଭୋର ସକାଳୁ
ମାତୃ ଦିବସର ଶୁଭେଚ୍ଛା ବାର୍ତ୍ତା ଦେଉଛି ।।
ଘରର କେଉଁ କୋଣରେ ମାଆକୁ
ଜାଗା ଦେଇଥିବା ଲୋକ,
ଆଜି ପଲଙ୍କରେ ବସେଇ
ମାଆ ସହ ସେଲ୍ଫି ନେଇଛି
ଧିକ ତୁମ ଆଚରଣ ଉଚ୍ଚାରଣକୁ ।।
ଆରେ ଯେଉଁ ମାଆକୁ ବୋଝ ବୋଲି
ଫୋପାଡ଼ି ଦେଇଛ
ଥରେ ଆଖି ପକାଅ ବୃଦ୍ଧାଶ୍ରମରେ
ଆଜି ବି ସେ ବୁଢ଼ୀ ମାଆ
ପ୍ରତି ସକାଳୁ ପୁଅ ଜିଉତିଆ କରୁଛି ।।