STORYMIRROR

ASHWINI KUMAR BAG

Abstract Others

4  

ASHWINI KUMAR BAG

Abstract Others

ଲକ ଡାଉନ

ଲକ ଡାଉନ

2 mins
440


ସାରା ଦେଶରେ ଲକ ଡାଉନ

ଘୋଷଣା ହେବ ପରେ ।

ଦିନ ସାରା ଘରେ ବସି

ସନ୍ଧ୍ୟାରେ ଜରୁରୀ କାମ ପାଇଁ

ଗାଁ ଛକକୁ ଯାଇ ଦେଖିଲି,

କାଲି ଯେଉଁ ଛକ

ଜନଗହଳିରେ ଲୋକରଣ୍ୟ ଥିଲା 

ଆଜି ନିଶବ୍ଦ ଶୂନଶାନ ।।

ଭଙ୍ଗା ଚାଳିଆରେ

ବରା ଛାଣି ନିଜ ଗୁଜୁରାଣ 

ମେଣ୍ଟାଉ ଥିବା ବୁଢ଼ୀ ମାଉସୀ

ଚିନ୍ତାମଗ୍ନ ଋଷି ପରି

କପାଳରେ ହାତ ଦେଇ ବସିଛି ।

ସତେ ଯେମିତି ତା ମୁଣ୍ଡରେ

ଚିନ୍ତାର ଚଡକ ।।

ପଚାରିଲି, "ମାଉସୀ 

ଭଲ ଅଛୁ ତ "?

ବୁଢ଼ୀ ମାଉସୀ ଦରଦୀ 

ସ୍ୱରରେ କହିଲା,

"ପୁଅ କେଉଁ ଦେଶରୁ ଏ ରୋଗ 

ବଇରାଗ ଆସିଲା ଯେ,

ମୋ ପେଟରେ ଲାତ ମାରିଦେଲା "

ଏବେ ଖାଲି ସରକାର ବାହାଦୂର 

ଆଉ ଭଗବାନ ହିଁ ସାହା ।।

ନିରୀହ ବୁଢ଼ୀ ମାଉସୀର

ପଦିଏ କଥା ଆଙ୍କି ଦେଉଥିଲା 

ତା ଅସହାୟତାର ଚିତ୍ର ।।


ହଠାତ ଛକର ଆର ମୁଣ୍ଡରେ

ଦେଖା ହେଲା ମଧୁ ଦାଦା ସହ ।

ମଧୁ ଆମ ଏ ଖଣ୍ଡ ମଣ୍ଡଳର

ନାମକରା ଗୁପଚୁପ ଵାଲା ।

ବିହାରର କେଉଁ ଉପାନ୍ତ ଅଞ୍ଚଳରୁ

ପେଟ ଚାଖଣ୍ଡ ପାଇଁ

ପଳେଇ ଆସିଥିଲେ ଓଡିଶା,

ସପରିବାର ସହ ।।

ଗାଁ ଛକରେ ଗୁପଚୁପ ବିକି

ଚାରି ପ୍ରାଣୀଙ୍କ ପେଟ ପୋଷେ ।

ଦରଦୀ କଣ୍ଠରେ ପଚାରିଲି,

"ମଧୁ ଦାଦା ଆଉ ସବୁ ଭଲ ତ" ?

ସେ କିଛି ଉତ୍ତର ନ ଦେଇ 

ସେ ନିରବ ରହିଲା ।

ତା ନୀରବତା ଓ ଛଳଛଳ ଆଖିରୁ

ସ୍ୱତଃ ଭାବରେ ବାରି ହେଉଥିଲା 

ତା ହୃଦୟର କୋହ ।।


କିଛି ଗୁଜୁରାତି ସାମାନ ନେଇ

ଘରକୁ ଫେରୁଥିବା ବେଳେ ।

ଦେଖା ହେଲା ବାଲ୍ୟବନ୍ଧୁ

ଚଷା ପୁଅ ମାଧବ ସହ ।

ମୁ ଗାଆଁ ଛାଡିବାର ପ୍ରାୟ

ଦୀର୍ଘ ଦିନ ପରେ ତା ସହ ଭେଟ ।

ଇଛା ହେଉଥିଲା ମାଧବ ଭାଇକୁ

ଆଲିଙ୍ଗନ କରି କୁଣ୍ଡେଇ ଧରନ୍ତି ।

ହେଲେ ଇଛା ସତ୍ତ୍ୱେ ସେସବୁ

ସମ୍ଭବ ନ ଥିଲା ।

ପଚାରିଲି," ମାଧବ 

 ଚାଷବାସ ସବୁ ଭଲ ତ "?

ସେ କିଛି କ୍ଷଣ ନିରବ 

ରହି କହିଲା,

"ଏଥର କଲରା ବାଇଗଣ ରୋପିଥିଲା,

କେଟେ ଛନଛାନିଆ ହୋଇ ଫଳିଥିଲା ।

ମାତ୍ର ଏବେ ତ ବିକ୍ରିବଟା

ସବୁ ବନ୍ଦ ।

ଅଧା ପରିବା ପଚି ସାରିଲାଣି "।

ପୁଣି ଦୃଢୋକ୍ତି ସହ କହିଲା

ସେ ଯାହା ହେଉ

"ଜିଇ ଥିଲେ ଜୀବିକା " ।।

ତା ପଦିଏ କଥା ସୁଚାଇ ଦେଉଥିଲା

ଗଣ୍ଡେ ଖାଇ ଦଣ୍ଡେ ବଞ୍ଚି

ସାରା ସମାଜକୁ ଅନ୍ନ ଯୋଗାଉ ଥିବା 

ଚାଷୀ ପୁଅର ସାହସର ପରିଚୟ ।।


ଶେଷରେ ଭାବିଲି

ଏ ଲକ ଡାଉନ କରୋନା ପାଇଁ ସତ ।

ତା ସହ ନିରୀହ ଖଟିଖିଆ  

ଭାଗ୍ୟର ଲକ ଡାଉନ ନୁହେ ତ ??




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract