STORYMIRROR

ASHWINI KUMAR BAG

Others

3  

ASHWINI KUMAR BAG

Others

ଯୌଥପରିବାରର ଭଗ୍ନାବଶେଷ

ଯୌଥପରିବାରର ଭଗ୍ନାବଶେଷ

1 min
11.6K

'ଯୌଥପରିବାର'

ମହାନ ଏ ଶବ୍ଦର ପରିଭାଷା ।

ଭାରତୀୟ ସାମାଜିକ 

ଚଳଣୀର ଜ୍ୱଳନ୍ତ ନିଦର୍ଶନ ।।


ହେଲେ ଆଜି ଏ ଶବ୍ଦ ଅଣ ନିଶ୍ୱାସୀ ।

ଖୋଜିବୁଲୁଛି ନିଜ ଅସ୍ତିତ୍ୱ,

ରୁପେଲି ସିନେମାର କାହାଣୀ ମଧ୍ୟରେ ।।

ସମୟ ସୁଅରେ ହରାଇଛି ନିଜ ସତ୍ତା ।

ଖୋଜିବୁଲୁଛି ନିଜ ସଂଜ୍ଞା,

ଶବ୍ଦକୋଷର ପ୍ରତିଟି ପୃଷ୍ଠାରେ ।।


ଆଜି ଧରା ପୃଷ୍ଟରେ ବିରଳ ତା ପଦ ଚିହ୍ନ ।

ତା ବ୍ୟାପକତା ଆଜି ନିଷ୍କ୍ରିୟ,

ବୃହତ କାୟା ଆଜି ଜରାଜୀର୍ଣ୍ଣ ।।

କାଲି ଯିଏ ସ୍ନେହ ମମତାର ରଜ୍ଜୁରେ

ବାନ୍ଧି ହେବା ଶିଖାଉଥିଲା ।।

ଆଜି ସିଏ ଛନ୍ଦ,କପଟ,ସନ୍ଦେହର 

ଦଳାଚକଟାରେ ଧରାଶାୟୀ ।।

ଆଜି ତା ଦରଦୀ ହୃଦୟରେ 

କେତେ ଯନ୍ତ୍ରଣା କେତେ ଅବଶୋଷ ।

ସଂକୀନ୍ନତାର ପରିଧିରେ ଆବଦ୍ଧ ହୋଇ

ତିଷ୍ଟି ରହିଛି ତା ଭଗ୍ନାବଶେଷ ।।


ଆଜିର ବସ୍ତୁବାଦୀ ସାମାଜ

କିଛି ଶିଖି ପାରିଲାନି,

ସେହି କାଠ ବିଡାର ଗପ

ଅବା ଓହଳ ମେଲାଇ ବସିଥିବା 

ବୁଢା ବରଗଛଠୁ ।।



Rate this content
Log in