ଭଜନ ସମ୍ରାଟ
ଭଜନ ସମ୍ରାଟ
ଉତ୍କଳୀୟ ସଂଗୀତାକାଶରେ ଦୀପ୍ତିମାନ ଇନ୍ଦୁ ସମ ଉଦିତ ହୋଇ ।। ଭକ୍ତି ସଂଗୀତଙ୍କୁ ରୁଦ୍ଧିମନ୍ତ କରିଛନ୍ତି ରାଗ ରାଗେଣୀ ରୂପି ଜୋଛନା ମେଲାଇ ।।
ଆଜି ବି ଭୋର ସକାଳୁ ଦେବାଳୟରୁ ଭାସି ଆସେ ତାଙ୍କ ସଙ୍ଗୀତ ମୂର୍ଚ୍ଚନା ।। ଚାରିଦିଗେ ଗୁଂଜିଉଠେ ଭଜନ ଜଣାଣ । ପରିବେଶ ହୁଏ ପୂତ ପବିତ୍ର, ପ୍ରତି ହୃଦୟେ ଭରି ଯାଏ ବିଭୁ ଚେତନା ।।
କେବେ ମଙ୍ଗଳ ଆଳତି ତ କେବେ ମୁଠା ମୁଠା ଶରଧା ବାଲି ହାତେ । କେବେ କୋଠ ଭୋଗ ଖିଆ ତ କେବେ କାଳିଆ ସାଆନ୍ତେ ।।
ମନରେ ଭରିଦିଏ ଭକ୍ତିର ମାଦକତା ତାଙ୍କ ସୁଲାଳିତ୍ୟ ସ୍ୱର ।। ପ୍ରତି ସଂଗୀତରେ ଝରେ ଭକ୍ତି ରସାମୃତ, ପ୍ରତିଟି ଓଡ଼ିଆ ହୃଦୟରେ କରିଅଛି ଘର ।।
ସେ ତ ବଡ ଠାକୁରଙ୍କ ଦାସ, ଭାବ ବନ୍ଧନରେ ବାନ୍ଧିଥିଲା ତାଙ୍କୁ ବଡ଼ ସାଆନ୍ତଙ୍କ ଡୋରି ।। ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ ସେ ଭାବରେ ବନ୍ଧା, ଭାବର ଭିକାରୀ ।।
ତୁମେ ତ ଭକ୍ତି ସଙ୍ଗୀତ ଜଗତର ଅମ୍ଳାନ ଜ୍ୟୋତି ଶିଖା, କେବେବି ହେବ ନାହିଁ ନିର୍ବାପିତ ।। ଯେତେ ଦିନ ବଞ୍ଚିଥିବ ଓଡ଼ିଆ ସଂସ୍କୃତି, ଚିର ଅମର ହୋଇ ରହିବ ହେ ତୁମେ ଦ୍ଵିତୀୟ ବାଣୀକଣ୍ଠ ଭଜନ ସମ୍ରାଟ ।।
