STORYMIRROR

ASHWINI KUMAR BAG

Others

4  

ASHWINI KUMAR BAG

Others

ସାଦର ପ୍ରଣତି

ସାଦର ପ୍ରଣତି

1 min
23.8K


ଦିନେ ପରାଧୀନତାର ଶୃଙ୍ଖଳରେ,

ପଡୋଶୀ ରାଜ୍ୟର ଛନ୍ଦରେ

ଛନ୍ଦି ହୋଇଥିଲା ଏ ଉତ୍କଳ ମାଟି ॥

ତୁମେ ହିଁ ତ ପ୍ରତି ହୃଦୟରେ

ଭରିଦେଇ ଥିଲ ବିପ୍ଳବର ଗାଥା,

ତୁମ ଲେଖନୀରୁ ଝରୁଥିଲା 

କ୍ରାନ୍ତିର ଗୀତି ॥

ହେ ଉତ୍କଳର ବରପୁତ୍ର

ହେ ସାରସ୍ୱତ ସ୍ରଷ୍ଟା ।

ଉତ୍କଳ ଦିବସ ଅବସରରେ ଘେନ

ସାଦର ପ୍ରଣତି ॥


ତୁମେ ହିଁ ତ 

ଲେଖନୀ ମୁନରେ ଝରାଇଦେଲ

ଉତ୍କଳର ବିରତ୍ୱ ଗୌରବର ଗାଥା ।

ସୁପ୍ତ ଓଡ଼ିଆ ପ୍ରାଣରେ ହରିଦେଲ

କ୍ରାନ୍ତିର ଜାଗରଣ ॥

ତୁମେ ହିଁ ତ ପକାଇଲ

ସ୍ୱତନ୍ତ୍ର ରାଜ୍ୟ ଗଠନର ମୂଳଦୁଆ 

ତୁମେ ଚିର ପୂଜ୍ୟ ହେ 

ଉତ୍କଳ ଗୌରବ ମଧୁସୂଦନ ॥

ତୁମେ ହିଁ ଦେଲ ଆହ୍ୱାନ

ଜାତି ନନ୍ଦିଘୋଷ ଚଳାଇବା ପାଇଁ

ଦେବାକୁ ହେବ ସ୍ୱାର୍ଥର ଆହୁତି ।

ଉତ୍କଳ ଦିବସ ଅବସରରେ ଘେନ

ସାଦର ପ୍ରଣତି ॥


ରୀତି ଯୁଗୀୟ କାବ୍ୟ ସାହିତ୍ୟ

ଅଳଙ୍କରର ଦୁର୍ବହ 

ଭାବରେ ହେଲା ଭାରାକ୍ରାନ୍ତ ,

ସହିତ୍ୟରୁ ଦୁରେଇ ଗଲା

ସାଧାରଣ ଜନ ଜୀବନ ॥

ହେ ଯୁଗସ୍ରଷ୍ଟା ହେ ଯୁଗପ୍ରବର୍ତ୍ତକ

ରାଧାନାଥ ,

ତୁମେ ହିଁ ଆରମ୍ଭିଲ ଆଧୁନିକ

ସାହିତ୍ୟର ଲିଖନ ॥

ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟର ମିଶ୍ରଣରେ,

ତୁମଠୁ ଆରମ୍ଭ ହେଲା

 ନୂତନ ସାହିତ୍ୟର ଗତି ॥

ଉତ୍କଳ ଦିବସ ଅବସରରେ ଘେନ

ସାଦର ପ୍ରଣତି ॥


ତୁମ ଲେଖନୀରୁ ଚିତ୍ରିତ ହେଉଥିଲା

ପ୍ରକୃତିର ନୈସର୍ଗିକ ସୁଷମା ।

ହେ ପ୍ରକୃତି କବି

ଦୁଃଖ ଶୋକ ଥିଲା ତୁମ

ଚିର ସହଚର ॥

ହେଲେ ତୁମ ସ୍ୱାଭିମାନକୁ ପାରିନାହିଁ ଭାଙ୍ଗି

ଶୋକର ଛାୟା ଦାରିଦ୍ରତାର ପ୍ରହାର ॥

ସାହିତ୍ୟ ସମାଜର ଦର୍ପଣ ସଦୃଶ 

ତୁମ ସାହିତ୍ୟରେ ପ୍ରତିଫଳିତ ହେଉଥିଲା 

ସଂସ୍କୃତି ପରମ୍ପରା ରାତିନୀତି ॥

ଉତ୍କଳ ଦିବସ ଅବସରେ ଘେନ

ସାଦର ପ୍ରଣତି ॥


ଲିଭେଇ ଦେବା ପାଇଁ

କୁସଂସ୍କାର ଅଜ୍ଞାନତାର କାଳିମା,

ତୁମ ପ୍ରତି ରଚନାରେ ପ୍ରତିଫଳିତ ହୁଏ

ସମାଜ ସଂସ୍କାରର ବାର୍ତ୍ତା ॥

ସଭ୍ୟ ଜମିଦାର ଧୂଳିଆବାବା ରେବତୀ

ଅବା ହେଉ ରାଣ୍ଡି ପୁଅ ଅନନ୍ତା ॥

ସ୍ବତନ୍ତ୍ର ଓଡ଼ିଶା ଗଠନର ସୂତ୍ରଧାର

ହେ ଫକୀର ମୋହନ,

ତୁମ ବ୍ୟତିରେକ ଚିରପୂଜ୍ୟ

ପଣ୍ଡିତ ନୀଳକଣ୍ଠ ,ରାଜା କୃଷ୍ଣଚନ୍ଦ୍ର ଗଜପତି ॥

ଉତ୍କଳ ଦିବସ ଅବସରେ ଘେନ

ସାଦର ପ୍ରଣତି ॥


Rate this content
Log in