STORYMIRROR

ASHWINI KUMAR BAG

Classics

3  

ASHWINI KUMAR BAG

Classics

ପ୍ରତୀକ୍ଷା

ପ୍ରତୀକ୍ଷା

1 min
11.5K

ହେ ମୋ ପ୍ରିୟ କପୋତ ।

ଉଡିଯା ତୁ ଦୂର ଦିଗନ୍ତ ।।

ଯାଇ ପ୍ରିୟା କୁ 

ଦେବୁ ମୋ ବର୍ତ୍ତା ।।

ବଖାଣିବୁ ମୋ ହୃଦୟର ବ୍ୟଥା ।।

ଆଜି ଖାସ ତା ପାଇଁ

କୋଇଲି ର କୁହୁକୁହୁ ଗାନ ।।

ଚାରିଆଡେ ଚିର ସବୁଜିମା

ବଉଳ ଫୁଲର ମହକରେ

ମହକୁଛି ବନ ଉପବନ ।।

ମୁ ବି ଚାତକ ପାରି 

ଅନାଇଁ ରହିଛି

ତା ଫେରିବା ବାଟକୁ ।।

କେବେ ଘଟିବ ମୋ

ପ୍ରତୀକ୍ଷାର ଅବସାନ ।।


ହେ ମୋ ପ୍ରିୟ କପୋତ

ନିତିପ୍ରତି ମନେ ପଡେ

ସେ ବିଗତ ଅତୀତ ।।

ଆଖି ଆଗରେ ଝଲସି ଯାଏ

ତା ସହ ବିତିଥିବା

 ପ୍ରତିଟି ମୁହୂର୍ତ୍ତ ।।

ଆଜି ମୋ ହୃଦୟକୁ 

ମାରନ୍ତି ପ୍ରଶ୍ନର ବାଣ ।।

ସେହି ଚିରସବୁଜିମା 

ଚାନ୍ଦିନୀ ରାତି,

ପଳାସ ବଣ

 ବସନ୍ତ୍ରର ମଳୟ ପବନ ।।

ପଚାରନ୍ତି ମତେ

କୁଆଡେ ଗଲା ତୋ

 ମନର ମାନସୀ,

କାହି ଆଜି ଏକା ଏକା 

କାହିଁ ଅତେ ଏକେଲାପଣ ।।

ଶୁଣି ତାଙ୍କ କଥା

ଘୁରିଯାଏ ମଥା ।

ଆଖିରୁ ଝରେ ଲୁହର ଶ୍ରାବଣ ।

କେଜାଣି କେବେ ଘଟିବ 

ମୋ ପ୍ରତୀକ୍ଷାର ଅବସାନ ।।


ହେ ମୋ ପ୍ରିୟ କପୋତ

ସେ ହିଁ ତ ଦିନେ

ମୋ ହୃଦୟ କାନନରେ

ଫୁଟାଇଥିଲା 

ପ୍ରେମର ପାରିଜାତ ।।

ଦେଇ ଥିଲା କଥା

ଯେତେ ଆସୁ

ଝଡଝଞ୍ଜା ପ୍ରାଚୀର ବନ୍ଧନ 

ଛାଡିବିନି ହାତ ।।

ଆଜିବି ତା ଫେରିବା ବାଟକୁ

ଅନେଇ ବସିଛି ମୋ

ପ୍ରତିଟି ସ୍ଵନ୍ଦନ ।।

ତା ବିନା ଜୀବନର

ନାହିଁ ପୂର୍ଣ୍ଣତା,

ସବୁ କିଛି ଲାଗେ ରଂଗହୀନ ।।

ଆଜି ମୋ ହୃଦୟରେ

ଅକୁହା ଯନ୍ତ୍ରଣା,

ସତେ ଯେମିତି ମୁଁ

ଯୋଛନା ବିହୀନ ମଲା ଜହ୍ନ ।

କେଜାଣି କେବେ ଘଟିବା

ମୋ ପ୍ରତୀକ୍ଷା ଅବସାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics