STORYMIRROR

Tarun Mohapatra

Inspirational

4  

Tarun Mohapatra

Inspirational

କରୋନାକୁ ଡରନା

କରୋନାକୁ ଡରନା

1 min
401

ସାରା ଵିଶ୍ୱ ତ୍ରସ୍ତ କରୋନା ପାଇ଼ଁ 

   କରୋନାକୁ ଆମେ ଡରିବାନାହିଁ

କରୋନା ଆମର ଏମିତି ଅତିଥି

   ଵିନା ସ୍ଵାଗତରେ ପ୍ରଵେଶ ନାହିଁ। (୧)

ଅସାବଧାନତାର ସୁଯୋଗ ନେଇ

  କରୋନା ଭିତରେ ପଶେ ଧସେଇ

ସେଥିପାଇଁ ଆମେ ସତର୍କ ହେବା

  ଦୁଆର ମୁହଁରୁ ଫେରାଇ ଦେବା (୨)

ବାହାରକୁ ଆମେ କ୍ୱଚିତ ଯିବା

   ସରକାରୀ ନିର୍ଦ୍ଦେଶକୁ ମାନିବା

ବାରମ୍ବାର ହାତ ସାବୁନରେ ଧୋଇ

  ଜୀବାଣୁକୁ ମୂଳପୋଛ କରିବା (୩)

ସାମାଜିକ ଦୂରତ୍ୱରେ ରହିବା

 ଘରୁ ବାହାରିଲେ ମାସ୍କ ପିନ୍ଧିବା

କାଶ ଛିଙ୍କ ହେଲେ ମୁଖେ ଟିସୁ ଦେଇ

 ଜୀବାଣୁକୁ ବ୍ୟାପିବାକୁ ନଦେବା (୪)

ଘରେ ରହିବାରେ ଅନେକ ଲାଭ

 ପରସ୍ପର ମଧ୍ୟେ ବଢେ ସଦଭାବ

ଏକାଠି ବସିବା ଏକାଠି ଖାଇବା

ଲକଡାଉନ ପାଇଁ ହେଲା ସମ୍ଭବ।(୫)

ବାହାରକୁ ଆମେ ଅଯଥାଟାରେ

 ଗାଡିରେ ବୁଲନ୍ତି ମନ ଇଚ୍ଛାରେ

ପେଟ୍ରୋଲପୋଡି ପଇସା ସାରନ୍ତି

 ପରିବେଶ ପ୍ରଦୂଷଣ ତୁଛାରେ ।(୬)

କରୋନା ଭୟରେ ରାସ୍ତାଘାଟରେ

 ରୋକ ଲାଗିଛି କଡାକଡିରେ

ପକ୍ଷୀଙ୍କ କୂଜନ ଭାସିଆସୁଅଛି

 ଉଡି ଵୁଲୁଛନ୍ତି ବିନା ଦ୍ୱିଧାରେ ।(୭)

ସମୟ ମିଳିଲା ସ୍ଵାଧ୍ୟାୟ ପାଇଁ

 ଧ୍ୟାନ ପ୍ରାଣାୟାମ ଚାଲୁ ଆଗେଇ

କରୋନା ଦାଉରୁ ନିଶ୍ଚୟ ରଖିବେଏ

 କାଳିଆ ସାଆନ୍ତେ ଆମ ଗୋସାଇଁ ।(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational