STORYMIRROR

Tarun Mohapatra

Tragedy

3  

Tarun Mohapatra

Tragedy

ଦାଦନଶ୍ରମିକ ମୁଁ

ଦାଦନଶ୍ରମିକ ମୁଁ

1 min
235


କେଉଁ ଜନ୍ମର କେଉଁ ପାପ ପାଇଁ

    ଜନମ ମୋର ଏ ଧରଣୀ ବକ୍ଷେ

ଜୀର୍ଣ୍ଣ ଶୀର୍ଣ୍ଣ ଭଗ୍ନ ମାଟିର କୁଟିରେ

    ରାତିରେ ଶୋଇ ମୁଁ ଚନ୍ଦ୍ର ବି ଦେଖେ।

ଅଭାବ ଯେଉଁଠି ଲୁଚକାଳି ଖେଳେ

    ତା ସାଥେ ଖେଳିଲି ଵାଲ୍ୟ କୈଶୋର

ପାଠପଢା ମୋର ଅଧାରେ ରହିଲା

    ଦାରିଦ୍ର ହୋଇଲା ମୋ ସହଚର ।

ମାର ଭୋକିଲା ମୁହଁ ଦେଖିଦେଇ

     ଶପଥ କଲି ମୁଁ ବିଦେଶ ଯିବି

ଦାଦନ ଖଟିବି ଅର୍ଥ ସାଉଁଟିଵି

   ମା ର ମୁହଁରେ ହସ ଭରିବି ।

ସୁରତ ଚାଲିଲି ମାଆ କୁ ଭୂଲିଲି

    ଆଖିରେ ଆଖିଏ ସପନ ଭରି

ବରଷ ଗୋଟିଏ ରହିନାହିଁ ସେଠି

    କରୋନା ରାକ୍ଷସ ହେଲା ବଇରୀ

ଫେରିବାକୁ ହେଲା ସେଇ ମା କୋଳକୁ

     ଶରୀର ଅବସ ହେଲା ବାଟରେ

ଗାଁରେ ରହିଲୁ ଏକାନ୍ତ ବାସରେ

  କରୋନା ଜୀବାଣୁ ଥିଲା ଭିତରେ ।

ମାଆ କାନ୍ଦୁଥିଲା କୁଡିଆରେ ଥାଇଁ

       କାନ୍ଦୁଥୁଲି ମୁହି‍ଁ ସ୍ୱପ୍ନକୁ ଧରି

ସବୁ ଆଶା ମୋର ମିଳେଇ ଯାଇଛି

   କରୋନା ଦେଇଛି ମୋ ଅନ୍ତ ଚିରି ।

କେଡେ ଶାନ୍ତଥିଲା ଗାଁଟି ମୋ ପାଇଁ

    କେତେ ନିରାପଦ ମାଆର କାନି

ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ଚିଥାନ୍ତି

       ରହିଥାନ୍ତି ଯଦି ତା କଥା ମାନି

ଇଶ୍ୱରଙ୍କୁ ଏଇ ପ୍ରାର୍ଥନା କରୁଛି

      ଦାଦନଙ୍କୁ ଟିକେ ଦିଅ ସଦଵୁଦ୍ଧି

ନିଜ ମାଆ ନିଜ ମାଟିକୁ ଆଦର

       ସେଇଠି ରହିଛି ସୁଖ ସମୃଦ୍ଧି।


Rate this content
Log in

Similar oriya poem from Tragedy