ଜହ୍ନର ଠିକଣା
ଜହ୍ନର ଠିକଣା


ଆକାଶ ରାଜ୍ୟର ରାଜକୁମାର
ମାମୁଁ ଭାଵେ ତୁମ କେଡେ ଆଦର
କୁନି ପିଲାଙ୍କର ହୃଦର ହାର
ସଵୁରି ମନର ଶୀତଳ ଝର ।
ତୁମ ଛବି ମନେ ଆଣେ ଉଲ୍ଲାସ
ଅନ୍ଧାର ରାତିର ଆଦ୍ୟ ପ୍ରକାଶ
ମନ ଆଙ୍ଗନରେ ଵିତରି ବାସ
ତୁମେ ସୁମନର ପ୍ରୀତି ପିୟୁଷ ।
ସରୋଵରେ କଇଁ ଥାଏ ଅନାଇଁ
ତୁମ ବାଟ ଚାହିଁ ରାତି ବିତଇ
କାହିଁ କେତେ ଦୂରେପ୍ରୀତି ଆଶ୍ଲେଷରେ
ମୁରୁକି ହସରେ ଵାସ ସଜାଇ ।
ହେଲେ ତୁମ ଠିକଣାଟି ଅଜଣା
ପଥିକଟି ବାଟ ହୁଅଇ ବଣା
ଠିକଣାଟି ଲେଖି ଦେବ କି ଥରେ
ଉଡିଯିବୁ ଆମେ ଵ୍ୟୋମଯାନରେ।