STORYMIRROR

Tarun Mohapatra

Inspirational

3  

Tarun Mohapatra

Inspirational

ପ୍ରାର୍ଥନା ବିନାୟକଙ୍କୂ

ପ୍ରାର୍ଥନା ବିନାୟକଙ୍କୂ

1 min
268


ବିଘ୍ନ ବିନାଶକ ଗୈ।ରୀନନ୍ଦନ

ତୁମ ପାଦେ ନିବେଦନ

ସଂସାରର ଏଇ ସଙ୍କଟ କ୍ଷଣରେ

ହେଉ ତୁମ ଆଗମନ। (୧)

ଚତୁର୍ଥୀର ଏଇ ପଵିତ୍ର ତିଥିରେ

ହସିଉଠୁଥିଲା ଧରା

ଆଜି କିନ୍ତୁ ନାହିଁ ଆନନ୍ଦ ଉଲ୍ଲାସ

ନିସ୍ତବ୍ଧ ସହର ସାରା । (୨)

ନାହିଁ ଆଜି ଖୁସି ପିଲାଙ୍କ ମନରେ

ନାହିଁ କିଛି ସାଜସଜା

ରୋକ ଲାଗିଛି ପୂଜା ଉତ୍ସବରେ

ବାଜିବନି ଵାଣ ବାଜା । (୩)

ହସି ଉଠୁନାହିଁ ବିଦ୍ୟାଳୟ ଆଜି

ଛାତ୍ରଙ୍କ କୋଳାହଳରେ

ଘରେ ଘରେ ଅଗ୍ରଦେବତାଙ୍କ ପୂଜା

ହେଉଛି ଯଥା ରୀତିରେ । (୪)

ସବୁ ଖୁସି ହରି ନେଇଛି କରୋନା

ଉତ୍ସବ ଲାଗୁଛି ଫିକା

ଲକ ଡାଉନ ସଟ ଡାଉନ

ମନରେ ଭରିଛି ଦକା। (୫)

ସ୍ୱହସ୍ତରେ ପାଶ ଧରିଛଟି ପ୍ରଭୁ

ବିନାଶିବା ପାଇଁ ଦୁଷ୍ଟ

କରୋନାକୁ ସେଇ ପାଶରେ ସଂହାରୀ

ଦୂର କର ପ୍ରାଣୀ କଷ୍ଟ। (୬)

ଆସନ୍ତା ଵର୍ଷକୁ ପୂଜିବୁ ତୁମକୁ

ମିଳିମିଶି ଆଡମ୍ବରେ

କ୍ଷମାକର ଆହେ ମୂଷିକ ବାହାନ

ପ୍ରାର୍ଥନା ତୁମ ପୟରେ । (୭)


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational