STORYMIRROR

Tarun Mohapatra

Romance

3  

Tarun Mohapatra

Romance

କୁମାର ପୂନେଇଁ

କୁମାର ପୂନେଇଁ

1 min
231

   

ଧରଣୀ ମାଆ ଠାରୁ ବିଦାୟ ନେଇ

   ବର୍ଷାରାଣୀ ଗଲା ମୁ଼ହଁ ବୁଲେଇ

ଶୁଭ୍ର ଶରତର ଆଗମନ ହେଲା

  ସ୍ୱଚ୍ଛଜଳେ କଇଁ ମୁହଁ ଦେଖଇ  (୧)

କୁମାର ପୂର୍ଣ୍ଣିମା ଜହ୍ନକୁ ଦେଖି

  କୁମାରୀ ମନରେ ଆନନ୍ଦ ଭରେ

ଜୋଛନାରେ ମନ ହୁଏ ଆନମନା

   ପ୍ରେମିକ ଚିନ୍ତାରେ ହୃଦୟ ଥରେ ।(୨)

ଶରତରେ ହସେ କାଶତଣ୍ଡୀ ଫୁଲ

  ନୀଳ ବୀଚିମାଳା ଖେଳେ ଆକାଶେ

ନୀଳ ଜଳରାଶି ଲହରୀ ଭାଙ୍ଗଇ

   ଚନ୍ଦ୍ରମାକୁ ଦେଖି କଇଁ ବି ହସେ।(୩)

ଜହ୍ନି ଫୁଲ ହସେ ଆକାଶକୁ ଚାହିଁ

    ହଳଦି ରଙ୍ଗରେ ଅଗଣା ହସେ

କୁମାରୀ କନିଆଁ ଆଞ୍ଜୁଳି ଟେକଇ

   ଚାନ୍ଦ ଚକଟାରେ ଦୁଆର ବାସେ ।(୪)

ପୁନେଇଁ ‌ଭିତରେ ଏ ପୁନେଇଁ ସାର

   ଅନ୍ଧାର ଭିତରେ ଆଲୋକ ଭରେ

କୋଟିଏ ଜୁହାର କରୁଛୁ ସାଦରେ   

 ଆନନ୍ଦ ଢାଳି ଦେ ତୋ ଆଞ୍ଜୁଳାରେ ।(୫)



साहित्याला गुण द्या
लॉग इन

Similar oriya poem from Romance