Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Classics Others

3  

ବି. ନିରୁପମା

Romance Classics Others

ମାନ ତେଜ ରାଇକିଶୋରୀ

ମାନ ତେଜ ରାଇକିଶୋରୀ

1 min
416



ମାନ ତେଜ ରାଇକିଶୋରୀ,

କଣ୍ଟ ଦେଇ କାଲି ଆସିଲିନି ବୋଲି

ମୋହନକୁ ମନୁ ଗଲ ପାସୋରି

ମାନ ତେଜ ରାଇକିଶୋରୀ ।


କାଲି ସଞ୍ଜବେଳେ ତୁମକଥା ଭାଳି,

ଆସୁ ଆସୁ ଦାଣ୍ଡେ ଶୁଣିଲି ମୁଁ ଗାଳି

'ନନ୍ଦ ପୁଅ ଦମ୍ଭ ଗଲାଣି ତ ବଳି

ସାଜିଲାଣି ସିଏ ଆମ ଭଗାରୀ'

ମାନ ତେଜ ରାଇକିଶୋରୀ ।


ନିତିପ୍ରତି ଶୁଣି ତା' ମୁରଲୀ ସ୍ଵନ,

ଧାଇଁ ଯାଆନ୍ତି ଲୋ ଯେବେ ବୃନ୍ଦାବନ

ଲୀଳା କରୁଥା'ନ୍ତି ରାଇ ସଙ୍ଗେ ଶ୍ୟାମ

ଆନ ଗୋପିଙ୍କର କଥା ପାସୋରି

ମାନ ତେଜ ରାଇକିଶୋରୀ ।


ତାଙ୍କ ଅଭିଯୋଗ ଶୁଣି ଅଟକିଲି,

ଭେଦା ଭେଦ କିଛି ନାହିଁ ବୁଝାଇଲି

ସାଥେ ଆଣିଅଛି ଆଜି-ଚାହଁ ବୁଲି

ଆଜ୍ଞା ଦେଲେ କୁଞ୍ଜ ଉଠିବ ପୂରି

ମାନ ତେଜ ରାଇକିଶୋରୀ ।


Rate this content
Log in

Similar oriya poem from Romance