STORYMIRROR

Panchanan Jena

Romance

3  

Panchanan Jena

Romance

ଅଦୃଶ୍ୟ ଉଚ୍ଚାରଣ

ଅଦୃଶ୍ୟ ଉଚ୍ଚାରଣ

1 min
360

ବିମର୍ଷ ଛାୟାଛନ୍ନତା 

ମ୍ଳାନ ସଂଧ୍ୟାରେ

ବୁଝି ପାରୁନି ମୁଁ

ପ୍ରେମର ଅଦୃଶ୍ୟ ଉଚ୍ଚାରଣ,

ଭଲ ପାଇବାର 

ଅନ୍ତଃ ସଲିଳା ଲହଡି

ନିତି ଚୁମେ 

ସୁନେଲି ସ୍ମୃତି ଉପକୂଳ

ସୁଖ ଅନୁଭବେ ନିତି

କଡ଼ ଲେଉଟାଏ 

ଦୈନନ୍ଦୀନ ଜୀବନେ

ଆସେ ଫେରି 

ଅଦୃଶ୍ୟ ଛନ୍ଦରେ 

ମୋହାଛନ୍ନ ମନପ୍ରାଣ ।


ହୁଗୁଳି ପାରୁନି 

ତା' ଅନ୍ତରଙ୍ଗତାରେ 

ବିତେଇ ଥିବା ବାହୁ ବେହରଣରୁ

ମାୟା ଆକର୍ଷଣ ।


ମୁକୁଳି ପାରୁନି

ତା' ପ୍ରେମ ନାଗଫାସରୁ

ଆଶ୍ଳେଷ ସିହରଣରୁ 

ପ୍ରୀତି ନିମନ୍ତ୍ରଣ ।


ସେଇଥିପାଇଁ ବୋଧେ

ମୁଁ ମନ ମନ୍ଦିରେ

 ଆତ୍ମା- ଗର୍ଭଗୃହରେ 

ଦେବୀ ଆସ୍ଥାନରେ ବସେଇଛି,

ପ୍ରେମ- ପୁଷ୍ପରେ ନିତି 

ନୈବେଦ୍ୟ ବାଢୁଛି 

ଅବ୍ଯକ୍ତ ସମୀକରଣ ।


ସେଇଥିପାଇଁ ବୋଧେ 

ସେ ମୋତେ କେବେ ପାଣିକାଚ

କରି ପିନ୍ଦେ ଦୁଇ ହାତରେ

ବଳାଗଣ୍ଠିର ଖିଆଲୀ ଦାଣ୍ଡରେ 

ଅବର୍ଣ୍ଣନୀୟ ବାତାୟନ ।


ସେ ମୋତେ କେବେ ବିନ୍ଦି କରି ନାଏ

ଦୁଇ ଭ୍ରୁଲତାର ସନ୍ଧି ଭାଗରେ

କପାଳ କପୋଳର କେନ୍ଦ୍ରବିନ୍ଦୁରେ

ଲଲାଟର ମଥାନ ପ୍ରଦେଶରେ

ନାଲି ଟିପାରେ ଚିହ୍ନାପଣ ।


ସେ ମୋତେ କେବେ 

ପାଉଁଜି କରି ବାନ୍ଧେ 

ଖଡ଼ଗଣ୍ଠିରେ ଛନ୍ଦେ

ଅଳତାଲଗା ଚମ୍ପାକଢି ପାଦରେ

ଛମ୍ ଛମ୍ମାୟିତ ପ୍ରେମରାଣ।


ସେ ମୋତେ କେବେ

ଗୁଡ଼ି କରି ଉଡ଼ାଏ

ନଟେଇ ହୁଗୁଳାଏ

କୋରକିତ ଛାତି ଅଗଣାରେ

ନିଦଭରା ଆସ୍ତରଣ ।


କାହିଁକି କେଜାଣି ?

କାହିଁକି କେଜାଣି ?

କାହିଁକି କେଜାଣି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance