STORYMIRROR

Priyadarshani Mahapatra

Inspirational

4  

Priyadarshani Mahapatra

Inspirational

ବର୍ଷ ୨୦୨୧

ବର୍ଷ ୨୦୨୧

1 min
356

ଆନନ୍ଦ ଉଲ୍ଲାସ ଭରିଲା ଜୀବନେ

କରିଦେଲା ମଧୁମୟ,

ସୁନ୍ଦର ମଣିଷଙ୍କର ସାନିଧ୍ୟେ

ପ୍ରସରିଲା ଜ୍ଞାନ ବଳୟ ।


ନୂଆଁ ପରିଚୟ ପାଇଲି ଯେ ମୁହିଁ

ଅଚିହ୍ନାରୁ ହେଲି ଚିହ୍ନା,

ଜଣା ଅଜଣା ଶହେ ମୁହଁ ଭିତରୁ

କିଛି ହୋଇଲେ ଆପଣା ।


କୋରୋନା ଆସିଲା ଚିନ୍ତା ବଢ଼ାଇଲା

ଶିଖାଇଲା ଶିକ୍ଷା ମୂଲ୍ୟ,

ବିଗତ ବର୍ଷଟି ଅତୀବ ସ୍ଵତନ୍ତ୍ର

କେହି ନୁହେଁ ତାହା ତୁଲ୍ୟ ।


ଜୀବନରେ ମୋର ରଙ୍ଗ ଭରିଗଲା

ଏହି ବର୍ଷ ଆଗମନେ,

ସକଳ ସମ୍ପଦ ମିଳିଗଲା ସତେ

ଥିଲା ଯାହା ମୋ ସପନେ ।


ସଫଳତା ପଥେ ପଥିକ ମୁଁ ଆଜି

ସାଥେ ପଥ ପ୍ରଦର୍ଶକ,

ଲାଗୁନି ମୁଁ ଆଜି ଏକାକିନୀ ବୋଲି

ସାଥେ ଅଛନ୍ତି ଅନେକ ।


ଈଶ୍ୱରଙ୍କୁ ହୃଦୟରୁ ଧନ୍ୟବାଦ

ଯେତେ ଦେଲେ ହେବ ଉଣା,

ଏତେ ସ୍ନେହ ଆଉ ଆଦରରେ ମୋର

ଭରିଲା ମନ ଅଗଣା ।


Rate this content
Log in

Similar oriya poem from Inspirational