STORYMIRROR

Satyabati Swain

Romance

3  

Satyabati Swain

Romance

କି ସ୍ୱପ୍ନ ଦେଖିଲି

କି ସ୍ୱପ୍ନ ଦେଖିଲି

1 min
405


ସେ ମୋତେ କିଛି କହିଲାନି

ମୁଁ ବି ତାକୁ

ପ୍ରାୟ କିନ୍ତୁ ଦେଖା ହେଉଥିଲା

ନିର୍ଦ୍ଦିଷ୍ଟ ସ୍ଥାନ

ନିର୍ଦ୍ଦିଷ୍ଟ ଏକ ସମୟରେ।


ମୁଁ କିଛି ବାଟ ଆଗେଇ ଗଲି

ନିକଟରୁ ତାକୁ ଦେଖିଲି

ଏବଂ ତାକୁ ନେଇ

ଖୁବ୍ ଗୋଟେ ଜବରଦସ୍ତ 

ସ୍ୱପ୍ନ ଦେଖିଲି।


କିଛି ଦିନ କୁଆଡେ

ଚାଲିଗଲା ସେ

ବ୍ୟସ୍ତ ଲାଗିଲା

ତାକୁ ସେଇ ସ୍ଥାନ ଓ ସମୟରେ ନ ପାଇ

ଚିନ୍ତା ବଢିଗଲା

ଦେହ ଖରାପ ହେଲାକି ତାର ?


ସବୁ ଦିନେ ତା ସହ 

ଦେଖା ହେବ

ଏଇ ଆଶାରେ ଚକ୍କର କାଟି

ଅପେକ୍ଷା କଲି

ହଠାତ୍ ଦିନେ

ସେ ଦେଖା ହୋଇଗଲା

ଓଃ କି ଖୁସି ମୋ ମନକୁ ଛୁଇଁଲା!

ହୃଦ ହେଲା ବଗିଚା ବଗିଚା।


ତା ଆଖି ଫାଜିଲାମୀ ହସରେ

ଫାଟି ପଡୁଥିଲା

ଆଗ ଅପେକ୍ଷା ଖୁବ୍ ସୁନ୍ଦର ଲାଗୁଥିଲା

ଓଠ କମ୍ପୁଥିଲେ ତାର ଲାଜରେ

ମୁଣ୍ଡରେ ଉଇଁଥିଲେ ତାର

ଉଦିଆ ସୂର୍ଯ୍ୟ

ହାତରେ ଚୁଡ଼ି ଗାଉଥିଲେ

ସା ରେ ଗା ମା ପା।


ମୁଁ ଟିକେ ହସିଲି ବୋକା ପରି

ସେ ବି

ପକେଟରେ ହାତ ପୁରାଇ

ବାଟ ଭାଙ୍ଗିଲି

ଅପେକ୍ଷା ମୋ ଶେଷ ହୋଇଗଲା

ଭାବିଲି

ଜୀବନରେ ପ୍ରଥମ ଥର

କି ସ୍ୱପ୍ନ ଦେଖିଲି !!!



Rate this content
Log in

Similar oriya poem from Romance