STORYMIRROR

Madhusmita Prusty

Romance

3  

Madhusmita Prusty

Romance

ମନରେ ତୁମେ ସ୍ୱପ୍ନରେ ତୁମେ

ମନରେ ତୁମେ ସ୍ୱପ୍ନରେ ତୁମେ

1 min
415



ଭାବନା ରାଜ୍ୟ ମୋ ସଦା ପରିପୂର୍ଣ୍ଣ

କେବେବି ରହିନି ଖାଲି,

ତୁମେ ମୋ ମନରେ ତୁମେ ମୋ ସପ୍ନରେ

ହୃଦୟରେ ଆସ ଚାଲି |


ଆକାଶ ଛାତିରେ ଭସା ବାଦଲ ମୁଁ

ତୁମେ ମୋ ସୁଦୀର୍ଘ ପଥ,

ତୁମ ପ୍ରତୀକ୍ଷାରେ ଆକାଂକ୍ଷିତ ପ୍ରାଣ

କରେ ପଥ ଅତିକ୍ରାନ୍ତ |


ଥକି ନଯାଉ ଏ ବିଦଗ୍ଧ ପରାଣ

ଆଶ୍ରୟ ଟିକିଏ ମାଗେ,

ତୁମ ସ୍ନେହ,ପ୍ରେମ ବଂଚିବାର ରାହା

ନୂଆ ଆଶା ମନେ ଜାଗେ |


ଧରିଥିବ ହସ୍ତ ଶକ୍ତକରି ମୋର

ନହୁଏ ମୁଁ ପଥହରା,

ଆମ ଏ ସମ୍ପର୍କ ସ୍ମରଣୀୟ ରହୁ

ନହେଉ ଏ ଅପାସୋରା |


ଅସଜଡ଼ା ଯେତେ ଭାବନା ଆମର

ପ୍ରେମବାରୀ ବର୍ଷାକରି,

ଉତ୍ଫୁଲୀତ ଏଇ ମନ ପରାଣରେ

ସତେଜତା ଦେବା ଭରି |


ମୋର ମନପ୍ରାଣ ସମର୍ପିତ ପ୍ରିୟା

ତୁମ ସ୍ନେହ,ତ୍ୟାଗ ଆଗେ,

ମୋ ମନେ ସପନେ ପ୍ରେମ ଗୁଂଜରଣ

ତୁମ ପାଇଁ ସଦା ଜାଗେ |



Rate this content
Log in

Similar oriya poem from Romance