କିସ୍ ଡ଼େ
କିସ୍ ଡ଼େ


କେବେଠୁ କହୁଛି ପାନ ଛାଡ଼ ବୋଲି
ଶୁଣିଲନି ମୋର କଥା,
ନାଲି ନାଲି ତୁମ ଦାନ୍ତ ଗୁଡ଼ା ଦେଖି
ଘୁରିଲାଣି ମୋର ମଥା |
ଭାଲେଣ୍ଟାଇନ୍ ର ସପ୍ତାହ ଚାଲିଛି
କେତେ କେତେ ନୂଆ ଡେ,
ବୁଢ଼ାକାଳେ ତୁମ ପ୍ରେମ ଉଛୁଳୁଛି
ମାଗୁଛ କିସ୍ ଟେ ଦେ |
କେମିତି କହିବି ନାଲି ଦାନ୍ତ ଦେଖି
ଉଠୋଉଛି ମୋତେ ବାନ୍ତି,
କିସ୍ କରିବାକୁ ମନ ମୋ ମାନୁନି
ଥିଲେ ପଛେ ଯେତେ ପ୍ରୀତି |
ବଦଳି ଗଲାଣି ପ୍ରେମ ପରିଭାଷା
ପ୍ରେମ ନୁହେଁ ସବୁ ଭ୍ରମ,
ପ୍ରେମ ପାଇଁ ପୁଣି ଗଢ଼ାହୁଏ ଏଠି
ନାନା ପ୍ରକାର ନିୟମ |
ଯୁଗ ସାଥେ ତାଳ ଦେଇ ଚାଲିବାକୁ
ବଳୁନାହିଁ ମନ ମୋର,
ତୁଚ୍ଛାଟାରେ ଏଇ ଡ଼େ ଚକ୍କରରେ
କାହିଁ ପଡ଼ ଧନ ମୋର |
ପୁରୁଣିଆ ପ୍ରେମ ସୁନ୍ଦର ଆମର
ନ ଲାଗୁ କାହା ନଜର,
ସାଥୀ ହୋଇ ଆମେ ରହିବା ଏମିତି
ତୁମେ ମୋର ମୁଁ ତୁମର |