Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dipa sikha

Others

4.0  

dipa sikha

Others

ମଲାଜହ୍ନ (ସନେଟ୍)

ମଲାଜହ୍ନ (ସନେଟ୍)

1 min
258



ଅଗଣା ଆକାଶେ ଦିନେ ସାଜିଥିଲି ଜହ୍ନ,

ଖିଲିଖିଲି ହସ ମୋର କିଣୁଥିଲା ମନ |


ରୂପ,ଗୁଣ ଦେଖି ଥିଲେ ସଭିଏଁ ପ୍ରସନ୍ନ,

କହୁଥିଲେ ବଡ଼ ହେଲେ ରଖିବି ମୁଁ ମାନ |


ଶୁଣି ସବୁ ବୁଣିଦେଲି ଆଖିରେ ସପନ,

ପୂରା କରିବାକୁ ବସି ଗଣୁଥିଲି ଦିନ |


ଅକସ୍ମାତ ବଇରୀ ଯେ ସାଜିଲା ଯୌବନ,

ପାଦରେ ପଡ଼ିଲା ବେଡ଼ି ଭାଙ୍ଗିଗଲା ମନ |


ପୂରଣ ହେଲାନି ଅଧା ରହିଗଲା ସ୍ୱପ୍ନ,

ଆଲୋକ ଦେବା ପୂର୍ବରୁ ହଜିଲା କିରଣ |


ଭାବି ମୁଁ ନ ଥିଲି ହେବି ପରଦେଶୀ ଜହ୍ନ,

ଜୀଇଁବା ଆଗରୁ ପୁଣି ହାରିବି ଜୀବନ |


ଗୁମୁରି କାନ୍ଦୁଛି ଆଜି ମୋ ହୃଦୟ,ମନ

ଜୀବନାକାଶେ ସାଜିଛି ଆଜି ମଲାଜହ୍ନ |



Rate this content
Log in