ସାଥୀ
ସାଥୀ
ଜୀବନର ଏଇ ଶୂନ୍ୟ ପଥରେ
ବାଟୋଇଟିଏ ମୁଁ ଚାଲୁଥିଲି ଏକା,
ଚାଲୁଚାଲୁ ଦିନେ ସାଥୀ ପାଇଗଲି
ଯେବେ ହେଲା ମୋର ତୁମ ସହ ଦେଖା ।
ପ୍ରଥମ ଦେଖାରେ ଆଖି କହିଦେଲା
ମନର ଯେତେକ ଅକୁହା କଥା,
ଜାଣିପାରିଲିନି ହୃଦୟ କାଗଜେ
କେବେ ତୁମ ନାମ ହୋଇଗଲା ଲେଖା ।
ଦିନ ରାତି ମୋର ସ୍ପନ୍ଦନରେ ଆସି
ବୁଣିଦେଇଗଲ ଫଗୁଣର ଛିଟା,
ସପନ ରାଇଜେ ହଜେଇଲ ମୋତେ
ମହୁ ଠାରୁ ବେଶୀ ଲାଗେ ସବୁ ମିଠା ।
ତୁମ କଥା ଥରେ ଭାବି ଦେଲା ପରେ
ମନେ ଖେଳିଯାଏ ଅସଂଖ୍ୟ ଲହରୀ,
ଭାବନା ଦେଶରେ ହଜିଯାଏ ଲାଗେ
ନୀଳ ଆକାଶଟା ଇନ୍ଦ୍ରଧନୁ ପରି ।
ରହିଛ ତୁମେ ଏ ହୃଦୟ ମନ୍ଦିରେ
ରହିଅଛ ତୁମେ ଦୁଇ ନୟନରେ,
ତୁମ ଏ ସ୍ମୃତିକୁ ଭୁଲିପାରିବିନି
ଚାଲିଯିବ ନାହିଁ ମୋ ଠାରୁ ଦୂରେ ।

