Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dipa sikha

Others

4.0  

dipa sikha

Others

ସ୍ମାର୍ଟ ଫୋନ୍

ସ୍ମାର୍ଟ ଫୋନ୍

1 min
188



(ଜେଜେମା')

ହଇଓ! ଶୁଣୁଛ ଇସ୍କୁଲୁକୁ ଛୁଆ

ପଢ଼ିବାକୁ ଯିବେ ନାହିଁ,

କଅଣ ଗୋଟାଏ ଯନ୍ତରଟେ ଧରି

ପଢ଼ିବେ ତାକୁଇ ଚାହିଁ |


ନାତି ଟୋକା ଆମ ହାତରେ ଧରିକି

ଟିପିଟାପେ ଦିଏ ମାରି,

ନାଚ,ଗୀତ,ଫଟ ଆଖି ପିଛୁଳାକେ

ଆସେ ସେଥିରୁ ବାହାରି |


(ଜେଜେ ବାପା)

ଯନ୍ତର ନୁହେଁ ଲୋ ବିଶୁଆ ମା'

ସ୍ମାର୍ଟଫୋନ୍ ତା'ର ନାଁ,

ତାକୁଇ ଭରସି ପଢ଼ୁଛନ୍ତି ପାଠ

ସହର ହେଉ କି ଗାଁ |


ସବୁ କିଛି ଅଛି ତା' ଭିତରେ ପରା

ଏ ଯୁଗ ର ସେ ଓସ୍ତାଦ,

ଠିକ୍ କାମେ ନ ଲଗେଇଲେ ତାକୁ

କରିଦେବ ବରବାଦ |



Rate this content
Log in