Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dipa sikha

Children

4.0  

dipa sikha

Children

ମୋ ରବର

ମୋ ରବର

1 min
198



ଏତେ ଦିନ ପରେ ପାଇଥିଲି ତୋତେ

ପୁଣି ଥରେ ଗଲୁ ହଜି,

କୁଆଡ଼େ ଯାଉଛୁ,କୋଉଠି ଲୁଚୁଛୁ

ପାଉନି ମୁଁ ଖୋଜି ଖୋଜି ।

ଦୁଇ ବର୍ଷ ତଳେ ଦୁଇଟି ଟଙ୍କା ରେ

କିଣିଥିଲି ତୋତେ ମୁହିଁ,

ନିଧି ମଉସା ର ଦୋକାନ ଡ୍ର ରେ

ପଡ଼ିଥିଲୁ ଏକା ତୁହି ।

ସାଙ୍ଗ ରେ ତୋହର ଆସିଥିଲେ ଯେତେ

ନ ଥିଲେ ତୋ ପାଖେ କେହି,

କିଣି ଆଣି ମୋର ବ୍ୟାଗ୍ ରେ ରଖିଲି

ତୋ କଷ୍ଟ ନ ପାରି ସହି ।

ମିଳିଗଲେ ତୋତେ ନୂଆ ନୂଆ ସାଥୀ

ପେନ୍ସିଲ୍, କଟର, ବହି

ଖାତା,ପେନ୍ ପରି ଏତେ ସାଙ୍ଗ ପାଇ

ପାରିଲୁନି କିଆଁ ରହି ? 

ସ୍ୱାର୍ଥପର ଟା ତୁ ସରିଯିବୁ ବୋଲି

ବାରବାର ଯାଉ ହଜି,

ଲୁଚୁ ଯାଇ କୋଉ କୋଣ,ଖଟତଳେ

ଜୀବନ ଲଗାଇ ବାଜି ।

ପ୍ରଥମ ଥର ତୁ ହଜିଥିଲୁ ଯେବେ

ଖଟତଳୁ ଥିଲି ପାଇ,

ମୂଷିକ ମାନଙ୍କ ଦାନ୍ତ ର ଆଘାତେ

ଥିଲୁ ତୁ ଖଣ୍ଡିଆ ହୋଇ ।

ଝାଡ଼ିଝୁଡ଼ି ତତେ ପାଖରେ ରଖିଲି

ପୁଣି ତୁ ହେଲୁ ଅଦୃଶ୍ୟ,

ଖୋଜିଲିନି ତତେ ନୂଆଟେ କିଣିଲି

ନ ଥିଲା ତୋ' ଠି ବିଶ୍ୱାସ ।

ପ୍ରାୟ ମାସେ ପରେ ପୁଣି ଦେଖାଦେଲୁ

ଖେଳନା ବାକ୍ସ ଭିତରେ,

ଗୋଟାଇ ଆଣି ମୁଁ ରଖିଦେଲି ତୋତେ

ପଢ଼ା ଟେବୁଲ୍ ଉପରେ ।

ତା' ପରଦିନ କୁଆଡ଼େ ତୁ ଗଲୁ

ଖୋଜି ମୁଁ ପାଇଲି ନାହିଁ,

ମନେ ଭାବିଦେଲି ଖୋଜିବିନି ତୋତେ

ନ ପାଇଲେ ପଛେ ନାଇଁ ।

ଲୁଚାଲୁଚି ଖେଳ ସରିବନି ତୋର

ବୁଝିବୁ ନାହିଁ ତୁ ଜମା,

ଏଥରକୁ ମିଶି ସାତ ଥର ହେଲା

ସରୁନାହିଁ ତୋର ଡ୍ରାମା ।

ଏମିତି ଚିଜ ତୁ କେହିକେବେ ତୋତେ

ଦେଖିନାହିଁ ସରିବାର,

ଥରେ ମିଳିଗଲେ ସରିବା ଆଗରୁ

ହଜିଯାଉ ପୁନର୍ବାର ।

ସତ କହୁଛି ମୁଁ ଖୋଜିବିନି ଆଉ

ଯୁଆଡ଼େ ଯାଉଛୁ ଯା' ,

ସରିଲେ ତୋ ଖେଳ ଆପେ ଦେଖାଦେବୁ

ଯୋଉଠି ତୁ ଅଛୁ ଥା' ।



Rate this content
Log in

Similar oriya poem from Children