Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dipa sikha

Children

4.0  

dipa sikha

Children

ଏକ,ଦୁଇ,ତିନି...

ଏକ,ଦୁଇ,ତିନି...

1 min
154



ଏକ,ଦୁଇ,ତିନି

ବାପା,ମା' ଙ୍କ କଥା ମାନି,

ପାଠ ଯଦି ଆମେ ପଢ଼ିବା ଭଲରେ

ହେବା ନାହିଁ ହୀନିମାନୀ |


ଚାରି,ପାଞ୍ଚ,ଛଅ

ସତ କଥା ତୁଣ୍ଡେ କହ,

ମିଛର ପଥରେ ନ ଗଲେ ଆଖିରେ

ଆସିବନି କେବେ ଲୁହ |


ସାତ,ଆଠ,ନଅ

ଧୋଇ ନ ହୋଇ ନ ଖାଅ,

ଖାଇବା ପୂର୍ବରୁ ହାତକୁ ଧୋଇଲେ

ରୋଗକୁ ନ ଥିବ ଭୟ |


ଏକରେ ଶୂନ ଦଶ

ଆସନ ଉପରେ ବସ,

ଦୁଇ ହାତ ଯୋଡ଼ି ପ୍ରଭୁଙ୍କୁ ଚିନ୍ତିଲେ

ମିଳିବ କେତେ ଆଶିଷ |



Rate this content
Log in

Similar oriya poem from Children