Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dipa sikha

Others

4.0  

dipa sikha

Others

ଅକୁହା କଥା

ଅକୁହା କଥା

1 min
193



ମନ ଭିତରେ ମୁଁ ସାଇତି ରଖିଛି

ଗୁଡ଼ିଏ ଅକୁହା କଥା,

ବ୍ୟକ୍ତ କରିବାକୁ ଶବ୍ଦ ପାଉନାହିଁ

ବଢ଼ୁଛି ହୃଦୟେ ବ୍ୟଥା ।


କେମିତି କହିବି ତୁମକୁ ଗୋ ପ୍ରିୟେ

ମନରେ ମୋହର ସାହସ ନାହିଁ, 

କହିଦେଲେ କାଳେ ଛାଡ଼ି ଚାଲିଯିବ

ଖୋଜିଲେ ତୁମକୁ ପାଇବି ନାହଁ ।


ହଜିଯିବ ଆମ ବନ୍ଧୁତା ର ଚିହ୍ନ 

ପ୍ରେମ ର ପ୍ରଥମ ପରଶ ପାଇ,

ଛାତି ର ଦରଦ ଲୁହ ଧାର ହୋଇ

ଅବିରତେ ଯିବ ନୟନୁ ବହି ।


ଦେଖିଛି ଯେବେଠୁ ତୁମ ରୂପ କାନ୍ତି

ହସ ହସ ମୁଖ, ଆଖି ର ଚାହାଁଣି

ମନ ଭିତରେ ମୋ ଜାଗିଛି ଲାଳସା

ପାଇବାକୁ ତୁମ ପ୍ରୀତି ରାଗିଣୀ ।


ଅନୁଭବିଛି ମୁଁ ତୁମରି ଆଖିରେ

ସାଇତିଛ କେତେ ମୋ ପାଇଁ ପ୍ରେମ,

ତୁମ ନିରବତା ସହିପାରୁନାହିଁ

କହିଦିଅ ନୁହେଁ ଏ ମୋର ଭ୍ରମ ।

     


Rate this content
Log in