Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

dipa sikha

Tragedy

4.0  

dipa sikha

Tragedy

ଜେଜୀମା

ଜେଜୀମା

1 min
213



ଦିବସ ହୁଡ଼ିଲା ପ୍ରାୟେ ଅନ୍ତର ହେଲ ମୋ ନେତ୍ରୁ,

ଆଖି ଫେରାଇଣ ନେଲ ଯେପରି ମୁଁ ତୁମ ଶତ୍ରୁ |

ଏମିତି କାହିଁକି କୁହ ଚାଲିଗଲ ବାଟ ହୁଡ଼ି,

ଜେଜୀମା... କୁହ କେମିତି ରହିବିି ତୁମକୁ ଛାଡ଼ି ||


ଆଜି ବି ରଖିଚି ମନେ ତୁମରି ସେ ନୀତି ଶିକ୍ଷା,

ଆଜି ବି ଆଖିରେ ନାଚେ ତୁମ ସ୍ନେହ ବୋଳା କଥା |

ବାପାଙ୍କ ମାଡ଼ ଗାଳିରୁ କରୁଥିଲ ମୋତେ ରକ୍ଷା,

ଶୋଉଥିଲି ଆନନ୍ଦରେ ତୁମ କୋଳେ ରଖି ମଥା ||


ପାସୋରି ପାରିବି ନାହିଁ ଜେଜୀମା ମୁଁ ତୁମକୁ,

ଅକସ୍ମାତ ଚାଲିଗଲ ପର କରି ଆମକୁ |

ରହିଥିଲ ରହିଥିବ ତୁମେ ଏଇ ହୃଦୟେ,

ତୁମରି ଆଶିଷେ ବାଟ ଚାଲିବି ମୁଁ ନିର୍ଭୟେ ||



Rate this content
Log in

Similar oriya poem from Tragedy