ତୁମେ ଯେବେ ଆସ ସପନରେ
ତୁମେ ଯେବେ ଆସ ସପନରେ
ତୁମେ ଯେବେ ଆସ ସପନରେ
ନିଝୁମ ରାତିର ପ୍ରହରରେ
ପୂର୍ଣ୍ଣିମାର ଜହ୍ନ ରାତିରେ
ସହାସ୍ୟ ବଦନରେ ଗୋଲାପି ଓଠରେ
ଝଲଲସାଇ ପ୍ରୀତିର ଚପଳା ଚମକରେ
ଚୋରିକରିନିଅ ମନ ମୋ ଅଜାଣତରେ
ମୁଁ ଆଉ ରହିପାରେ ନାହିଁ ମୋ ନିଜ ନିୟନ୍ତ୍ରଣରେ||
ତୁମ ନୂପୂରର ରୁଣୁଝୁଣୁ ଶବଦରେ
ସୃଷ୍ଟିହୁଏ ଭାବାନ୍ତର ମୋ ମନରେ
ମନ ମୋର ଉଡିବୁଲେ ତୁମରି ସାଥିରେ
ନୀଳ ଗଗନର ନୀଳିମା ଭିତରେ
ଝିଲି ଝିଲି କୋଟିକୋଟି ତାରା ଆଲୋକରେ
ଭସା ବାଦଲରେ ଭାସି ଯାଏ ତୁମରି ସାଥିରେ
ମୋ ମନ ଚାତକ ତୁମ ପ୍ରୀତି ବର୍ଷାଟୋପାର ଆଶାରେ ||
ତୁମ ହାତଧରି ଉଡିଯାଏ ଆକାଶ ଦେଶରେ
ପକ୍ଷୀରାଜ ଘୋଡାର ପିଠିରେ ତୁମରି ସାଥିରେ
ଦେହେ ଜାଗେ ଶୀହରଣ ତୁମ ଦେହ କୋମଳ ସ୍ପର୍ଶରେ
ହଜିଯାଏ ମୁହିଁ ତୁମ ଦୁଇ ସୁକୋମଳ ବାହୁର ବନ୍ଧଧନରେ
ମୋ ମନପ୍ରାଣ ଶରୀର ଭରେ ତୁମ ଦେହର ବାସନାରେ
ସାଜିଯାଏ ପଥଭ୍ରଷ୍ଟ ପଥିକଟିଏ କେଉଁଏକ ଅଜଣାପଥରେ
ଲାସ୍ୟମୟୀ ହାସମୟୀ ଢଳଢଳ ଜଳଟୋପା ରୂପ ଦର୍ଶନରେ||
ନିଦ ଯେବେ ଭାଙ୍ଗିଯାଏ କାଉର କାଆ କାଆ ଶବଦରେ
ତୁମକୁ ମୁଁ ଖୋଜିବୁଲେ ଅତି ବିକଳରେ
ମନ ମୋର ବିଳାପ କରିଉଠେ ତୁମ ବିରହ ଜ୍ଜ୍ବାଳାରେ
ମଥାପିଟେ ତକିଆ ଉପରେ ତୁମ ବିରହରେ
ଆକାଶଟା ରଙ୍ଗଗହୀନ ଲାଗେ ସେହି ମୁହୂର୍ତ୍ତରେ
ଜୀବନଟା ଦୁର୍ବିସହ ଲାଗେ ତୁମ ଅନୁପସ୍ଥିତିରେ
ଚତୁର୍ପାର୍ଶ୍ବ ମହକିତ ଲାଗେ ତୁମ ବାସନାରେ ||
କୁହ ତୁମେ କିସଲାଗି ଆସ ସପନରେ?
କ୍ଷଣିକର ସୁଖ ଦେଇ ଏମିତି ଭାବରେ
ବିରହର ଜ୍ଜ୍ବାଳାମୁଖୀ ହୋଇଯାଅ ପରେ
ହେ ସୁନ୍ଦରୀ ସପନ ନାୟିକା ତୁମେ ବାରେ
ସତ ହୋଇଯାଅ ତୁମେ ବାରେ ମୋ ଜୀବନରେ
ପ୍ରୀତିର ପୀୟୂଷ ନେଇ ତୁମେ ପ୍ରକୃତରେ
ଗୋପନରେ ଆସି ବନ୍ଦୀକରିଦିଅ ବାହୁ ବନ୍ଧନରେ||