ଥିବି କି ନଥିବି କାଲିକି
ଥିବି କି ନଥିବି କାଲିକି
ମୁଉଁ ମଲାପରେ କାନ୍ଦିବ ଝରାଇ ଆଖିରୁ ଅସରା ଲୁହ
ଖୋଜି ହେଉଥିବ ଭିତର ବାହାର ଦେଖିବାକୁ ମୋର ମୁହଁ
ନଷ୍ଫୁରିବ ବାଣୀ ନପାରିବ ଶୁଣି ହେବ ବ୍ୟାକୁଳିତ ତୁମେ
ହସ ହସ ମୁହଁ ନିର୍ଜୀବ ଶରୀର ବୋହିନେବେ ଟି ଶ୍ମଶାନେ ।।
ସାଥୀ ସହୋଦର ଆତ୍ମୀୟ ସ୍ଵଜନ “ପୁଷ୍ପଗୁଛ୍ଛ ଶବଧାରେ
ଦେଇ ସଜାଇବେ” ଧୂପ, ଦୀପ ଜାଳି ନେଉଥିବେ କୋକେଇରେ
କିଏ କହୁଥିବ ଭଲଲୋକ ଥିଲା ଚାଲିଗଲା ୟେ ସଂସାରୁ
କିଏ କହୁଥିବ ମଲା ଭଲ ହେଲା କଣ୍ଟା ଗଲା ମୋ ବାଟରୁ ।।
ଶୁଦ୍ଧ,ଶ୍ରାଦ୍ଧଦେଇ ସୁଚୀହେବେ ପୁଣି କରି ଭୋଜି,ଭାତ କେତେ
ତିଳ ତରପଣ କରିବେ ସ୍ଵଜନ ସ୍ନାନ କରି ଜଳ ଘାଟେ
ଦେଖିବାକୁ ଏଥେ ନଥିବି ମୁଁ ଆଉ ଆସ ସଖୀ ଆଜି ଆସ
ବଞ୍ଚି ଥାଉ ଥାଉ ମୋ ପାସରେ ବସି ବୁଣିଦିଅ ମିଠା ହସ ।।
ତୁମ ପ୍ରେମ ସରେ ପ୍ରଣୟ ଜଳରେ ରତି ରସେ ପାହୁ ରାତି
ଥିବି କି ନଥିବି ଆସନ୍ତା କାଲିକି ଆରେ ମୋର ପ୍ରିୟବତୀ ।।