STORYMIRROR

Prafulla Chandra Mishra

Abstract Romance

4  

Prafulla Chandra Mishra

Abstract Romance

ଥିବି କି ନଥିବି କାଲିକି

ଥିବି କି ନଥିବି କାଲିକି

1 min
390


ମୁଉଁ ମଲାପରେ କାନ୍ଦିବ ଝରାଇ ଆଖିରୁ ଅସରା ଲୁହ

ଖୋଜି ହେଉଥିବ ଭିତର ବାହାର ଦେଖିବାକୁ ମୋର ମୁହଁ

ନଷ୍ଫୁରିବ ବାଣୀ ନପାରିବ ଶୁଣି ହେବ ବ୍ୟାକୁଳିତ ତୁମେ

ହସ ହସ ମୁହଁ ନିର୍ଜୀବ ଶରୀର ବୋହିନେବେ ଟି ଶ୍ମଶାନେ ।।


ସାଥୀ ସହୋଦର ଆତ୍ମୀୟ ସ୍ଵଜନ “ପୁଷ୍ପଗୁଛ୍ଛ ଶବଧାରେ

ଦେଇ ସଜାଇବେ” ଧୂପ, ଦୀପ ଜାଳି ନେଉଥିବେ କୋକେଇରେ

କିଏ କହୁଥିବ ଭଲଲୋକ ଥିଲା ଚାଲିଗଲା ୟେ ସଂସାରୁ

କିଏ କହୁଥିବ ମଲା ଭଲ ହେଲା କଣ୍ଟା ଗଲା ମୋ ବାଟରୁ ।।


ଶୁଦ୍ଧ,ଶ୍ରାଦ୍ଧଦେଇ ସୁଚୀହେବେ ପୁଣି କରି ଭୋଜି,ଭାତ କେତେ

ତିଳ ତରପଣ କରିବେ ସ୍ଵଜନ ସ୍ନାନ କରି ଜଳ ଘାଟେ

ଦେଖିବାକୁ ଏଥେ ନଥିବି ମୁଁ ଆଉ ଆସ ସଖୀ ଆଜି ଆସ

ବଞ୍ଚି ଥାଉ ଥାଉ ମୋ ପାସରେ ବସି ବୁଣିଦିଅ ମିଠା ହସ ।।


ତୁମ ପ୍ରେମ ସରେ ପ୍ରଣୟ ଜଳରେ ରତି ରସେ ପାହୁ ରାତି

ଥିବି କି ନଥିବି ଆସନ୍ତା କାଲିକି ଆରେ ମୋର ପ୍ରିୟବତୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract