ସଂସାର ଜଳଧି ତରି ନାଉରି
ସଂସାର ଜଳଧି ତରି ନାଉରି
ତୁମେ ସଖି ମୋର ଜୀବନ ଆକାଶେ ସକଳା ସନ୍ଧ୍ୟାର ଉଦେ
ସୂରୁଯ ଚନ୍ଦ୍ରମା ଆଲୋକିତ କର ଜୀବନର ଚଲା ପଥେ ।।
ଅନ୍ଧ ହାତ ଜଷ୍ଟି ସମାନ ତୁମେ ମୋ ସଂସାର ଚଲାବାଟରେ
ବାଟ ବତାଇଛ କଢାଇ ନେଇଛ କେତେ ଦୁର୍ଗମ ପଥରେ
ମନ୍ତ୍ରୀ ସମ କେତେ ମନ୍ତ୍ରଣା ଦେଇଛ କଠିନ ମୂହୁର୍ତ୍ତେ ମୋତେ
ତୁମେ ମୋର ସଖି ହୃଦୟ ସରରେ ମୋ ମନର ରାଜହଂସୀ ।।
ତୁମେ ମୋତେ ତୁମ ବାହୁ ବନ୍ଧେ ବାନ୍ଧି ପଣତ କାନି ଗୁଡାଇ
ସୁରକ୍ଷିତ କରି ରଖିଛ ପ୍ରଣୟ ମଧୁ ରସରେ ରସାଇ
ଜୀବନେ ସାୟାହ୍ନ ଉପଗତ ପୁଣି ସ୍ନାୟୁ ହେଲାଣି ଦୁର୍ବଳ
ତଥାପି ତୋ ପାଇଁ ମନରେ ନୂତନ ମାଦକତା କରେ ଖେଳ ।।
ଜୀବନ ଯୌବନ ସ୍ଥିର ନୁହେଁ ସିନା ତୋର ମୋର ଏ ବନ୍ଧନ
ପ୍ରେମର ପ୍ରତିକ ସାତ ଜନମର ଥିବ ନିତ୍ୟ ଚିରନ୍ତନ
ଅମଳିନ ଏହି ପୁରୁଣା ବନ୍ଧନ କଥା ପ୍ରେମ, ପ୍ରଣୟ ର
ତୁମେ ଏ ସଂସାର ଜଳଧି ତରଣି ପରେ ନାଉରି ପ୍ରକାର ।।