ହେ ଫଗୁଣ ତୁମେ ଆସିଗଲା ପରେ
ହେ ଫଗୁଣ ତୁମେ ଆସିଗଲା ପରେ
ହେ ଫଗୁଣ ତୁମେ ଆସିଗଲାପରେ
ପ୍ରିୟା ହସେ ଖିଲି ଖିଲି
ବଉଳ ବାସରେ ବାସେ ଚତୁର୍ଦ୍ଦିଗ
ମଳୟ ଆସିଛି ବୁଲି ||
ମଳୟ ପବନ ବହେ ଥିରି ଥିରି
ଆମ୍ରକୁଞ୍ଜରେ କୋଇଲି ଦ
ଆନନ୍ଦେ ବସନ୍ତ ସ୍ବାଗତ ସଙ୍ଗୀତ
ଗାଉଛି ହୃଦୟ ଖୋଲି ||
ଆସିଯିବ ଯେବେ କୃଷ୍ଣ ଚଦୁର୍ଦ୍ଦଶୀ
ରାତ୍ରୀ ସାରା ଉଜାଗର
ଶିବ ଶଙ୍କରଙ୍କୁ ଦୀପଟିଏ ଜାଳି
ଶୁଭ ମନାସିବ ମୋର||
ଆଣିବ ସାଙ୍ଗରେ ସବୁ ବର୍ଷ ପରି
ନାନା ରଙ୍ଗର ଅବିର
ମୋ ପ୍ରିୟାର ଦେହେ ବୋଳି ଦେବି ମୁହିଁ
ହଟାଇ କରୋନା ଡର ||
ହେ ଫଗୁଣ ତୁମେ ସାଥେ ଆଣିଥିବ
ମୋ ପାଇଁ ଫଗୁ ଅବିର
ମୋ ପ୍ରିୟାର ଗାଲେ ବୋଳିଦେଇ ସିକ୍ତ
କରିବି ହୃଦୟ ତାର||
ହେ ଫଗୁଣ ତୁମେ ଚାଲିଯିବ ଆଣି
ଚଇତର ଚଇତାଳି
ମାଆ ମଙ୍ଗଳାଙ୍କ ଆଶିଷ ବରଷା
ଆମପରେ ଦେବ ଢାଳି ||