STORYMIRROR

Satyabati Swain

Romance

3  

Satyabati Swain

Romance

ସେଇ ଝିଅଟା

ସେଇ ଝିଅଟା

1 min
369

ଚୁଲ୍ ବୁଲ୍ ଝିଅଟିଏ

ଗୁଲ୍ ଗୁଲ୍ କଥା କୁହେ

ଖିଲି ଖିଲି ଜହ୍ନଟିଏ

କୁଳୁକୁଳୁ ଗୀତ ଗାଇ

ମୋ ପାଖ ଦେଇ

ନିତି ବହୁଥାଇ

ଆରେ ହଁ

ସେଇ ଝିଅଟା

ମୋତେ ଭାରି ଭଲ ଲାଗେ ।


ଚାଲି ତାର ଧୀର ସ୍ଥିର

କଥା କି କୋକିଳ ସ୍ୱର

ଚାହାଣୀରେ ଭରା ସତେ

ଆକାଶର ତାରା ଫୁଲ

ଚୁନା ଚୁନା ହସ ତାର

ସବୁରି ମନ ଯେ ମୋହେ

ସେଇ ଝିଅଟା ମୋତେ ଭାରି ଭଲ ଲାଗେ ।


ଫଗୁଣର ଫଗୁ ରଙ୍ଗ

ବସନ୍ତର ନୂଆ ରାଗ

ଏଇ ଏଇ ତା ଦେହରେ

ନେସି ଦେଇ ଯାଇଛିରେ

ବୁଝି କିଛି ପାରେ ନାହିଁ

ତାକୁ ଦିନେ ନ ଦେଖିଲେ

କିଛି ଭଲ ଲାଗେ ନାହିଁ

ଆରେ ରେ ମୋତେ

ପ୍ରେମ ହୋଇଗଲା କି

ସେଇ ଝିଅଟା ମୋତେ ଯାଦୁ କରି ଦେଲା କି ।


ମୁଁ ଆଉ ମୋର ହୋଇ ରହିନାହିଁ

ଗୁଣୁ ଗୁଣୁ ଗୀତ ଗାଇ

ସଫା ଟଫା ହୋଇ

ପରଫ୍ୟୁମ ପକାଇ

ମୁଣ୍ଡ ସାଉଁଳେଇ

ତା ଘର ଆଗେ ଚକ୍କର ଖାଉଛି

ବୋଧେ ମୋତେ ପ୍ରେମ ହୋଇ ଯାଇଛି

ସେଇ ଝିଅଟା

ପାଗଳ ମୋତେ କରିଛି ।


Rate this content
Log in

Similar oriya poem from Romance