ଏମିତି ବର୍ଷା
ଏମିତି ବର୍ଷା

1 min

268
ଏପାଖେ ବର୍ଷୁଛି ସାରା ରାତି ବର୍ଷା
ସେପାଖେ ଚାହିଁଛି ପ୍ରିୟା ,
ଘାଟ ସେପାରିର ନାଆକୁ ଚାହିଁ ମୁଁ
ଏପାଖେ ହୋଇଛି ଠିଆ ।
ଘୁମେଇ ପଡିଛି ରାତିର ଅନ୍ଧାର
ମନେ ଲାଗେ କାହିଁ ଭିତି,
ଅଳସୀ ପ୍ରିୟା ମୋ ବତୁରାଆଖିରେ
ଚାହିଁ ଥିବ ସାରା ରାତି,
କାହିଁକି ବର୍ଷୁଛି ଏମିତି ବରଷା
ବାଟ ଛାଡୁ ନାହିଁ କିଆଁ ।
ମନ କାଗଜରେ ଆଙ୍କିଥିଲି ଛବି
ଦେଖି ମୁଁ ସପନେ ତାକୁ,
ସବୁ ଛବି ମୋର ଭିଜିଲା ବର୍ଷା ରେ
ନାହିଁ କିଛି ଦେଖିବାକୁ
ନେହୁରା ହେଉଛି ଥମିଯାଆ ବର୍ଷା
ଶିଥିଳ ହେଲାଣି ହିଆ ।