STORYMIRROR

Sumitra Nayak

Classics Fantasy Inspirational

3  

Sumitra Nayak

Classics Fantasy Inspirational

ଶଶାଙ୍କ

ଶଶାଙ୍କ

1 min
300

କ୍ଷୁଦ୍ରାତିକ୍ଷୁଦ୍ର ସେ ଯେ

        ବ୍ୟୋମେ ଅମ୍ବୁଦେ ଗୁପ୍ତ

କ୍ରୀଡନ୍ତି ଅମ୍ବର ପ୍ରାଙ୍ଗଣେ

         ଉଜ୍ଜଳ ଚରିତ ।


ଭାସମାନ ମେଘପୁଷ୍ପ

        ଚତୁଃପାର୍ଶ୍ଵେ ବିଚ୍ଛୁରିତ

ପ୍ରଦୋଷ ର ଆଗମନେ

         ତରକା ଯେ ଆବିର୍ଭୂତ ।


ମନୋହର ଶଶି ରୂପ

          ମୃଦୁ ଜୋସ୍ନେ ଆକର୍ଷିତ

ଦିବ୍ୟ ଅତୁଳ ରୂପରାଜ୍ୟେ

           ରସାଣ ସୁବର୍ଣ୍ଣଭୂତ ।


ଅମର ପ୍ରକାଶ ପ୍ରମୋଦେ

            ସଦୟ ଢାଳେ ଯୁଗାନ୍ତ

ଉଦାର ମନା ସେ ଶଶାଙ୍କ

           ରଶ୍ମି ଢାଳେ ପ୍ରଫୁଲ୍ଲିତ।


ସେଫାଳୀ ସୁରଭି ରାତ୍ରେ

          ଫୁଟି ଏକାନ୍ତରେ ଝରି ପଡେ

ସ୍ଵଳ୍ପସମ ନେଇ ଚାନ୍ଦମୁଖ ଚାହିଁ

              ଏହିମତେ ଝରିପଡେ।


ଚାକୋର ଚାକୋରି ପ୍ରେମଭର ହୋଇ

             ଅମୀୟ ରଶ୍ମି ପୀୟୂଷେ

ଢାଳି ଦିଏ ପୁନଃ ପ୍ରକାଶନ

              ଗୁଚ୍ଛ ଗୁଚ୍ଛ ଅମ୍ବୁଦ ଭାସେ।


ମନୋହର କ୍ରୀଡା କରନ୍ତି ବସିଣ

            ବୃକ୍ଷ ଶିଖର ର ଡାଳେ

ଗୁଣୁ ଗୁଣୁ ଗାନେ ଗନ୍ଧବାହ

              ମୃଦୁ ତା ର ତାଳେ ତାଳେ ।


ଖଦ୍ୟୋତ ଉଡନ୍ତି ମିଞ୍ଜି ମିଞ୍ଜି ହୋଇ

              ନିଜସ୍ଵ ଜ୍ୟୋତି ପ୍ରକାଶି

କି ଶୋଭନୀୟ ଦୃଶ୍ୟ ଆହାଃ

              ମନର କ୍ଲେଶ ନିବାସୀ ।

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics