STORYMIRROR

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ତୁମେ ଯେବେ ଆସ

ତୁମେ ଯେବେ ଆସ

1 min
224


ତୁମେ ଯେବେ ଆସ

ନିରୋଳା ରାତିରେ

ପାଦ ଚିପି ଚିପି 

ଏକା ନିସଙ୍ଗରେ।


ପାଦର ପାଉଁଜି

ରୁଣୁ ଝୁଣୁ ସୁରେ

ନିଦ ଭାଙ୍ଗି ଯାଏ

ସପନ ସେଜରେ।


ଲାଜେଇ ଲାଜେଇ

ଲୁଚି ଯାଅ କାହିଁ

ଖୋଜେ ମୁଁ ତୁମକୁ

ହତାଶ ମନରେ

କିଏ ତୁମେ କୁହ ଥରେ।


ଅତୀତକୁ ତୁମ ଛାତିରେ ସାଇତି

ଓଠେ ଲେଖି ଯେତେ ପ୍ରଣୟର ଗୀତି

ଆଗାମୀ ଯୁଗର ସ୍ବପ୍ନ ଭରା ମନେ

ଆସୁଛ କି ସବୁ କହିବ ଗୋପନେ ।


ନୟନରେ ମାଖି କାଉଁରୀ କଜଳ

ଚାଲିରେ ଫୁଟଇ ଫୁଲ ଶତଦଳ

ତୁମ ରୂପ ମନ ଚୋରୀ କରେ

କିଏ ତୁମେ କୁହ ଥରେ ।


ତୁମେ ହେଇ ପାର ସ୍ବପ୍ନ ଏ ମନର

ନାୟିକା ବି ତୁମେ ଶାୟିକା ହୃଦର

ହେଇପାର ମୋର ମନର ଗୋଲାପ

ନିରୋଳା ରାତିର ପ୍ରୀତିର ଆଳାପ ।


ଜୋଛନାକୁ ମାଖି ଦେହରେ ତୁମରି

ତାରା ଫୁଲେ ସଜା ତୁମରି କବରୀ ।

ମିଠା ହସ ଓଠେ ତୁମ ଧାରେ

କିଏ ତୁମେ କୁହ ଥରେ ।


Rate this content
Log in

Similar oriya poem from Romance