Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ମହାବାହୁ ବୋଲି ଡାକନି ମୋତେ

ମହାବାହୁ ବୋଲି ଡାକନି ମୋତେ

1 min
145



କାହିଁକି କହୁଛ ମହାବାହୁ ମୋତେ

ମନରେ ରଖିଛ ଏତେ କପଟ

କାଠ କଣ୍ଢେଇଟେ ଭାବୁଅଛ ମୋତେ

ତୁଛାରେ କହୁଛ ଜଗତ ନାଥ I

ମୋର ବୋଲି ଆଉ କିଛି ମୋର ନାହିଁ 

ମୋ ରତ୍ନ ଭଣ୍ଡାର ନେଲଣି ଲୁଟି

ସେଥିପାଇଁ ପରା ମନ ଦୁଃଖ ମୋର

ଲୁଚିକି ବସିଛି ପକାଇ ତାଟି I

ସ୍ୱଚ୍ଛ ମନେ କେହି ଦର୍ଶନ କରେନି

ଯେଝା ସ୍ୱାର୍ଥେ ଯାର ଥାଏଟି ମନ

ମିଛୁଟାରେ ଖାଲି କହି ହେଉଛରେ

ମୁଁ କାଳେ ତୁମର ଜୀବନ ଧନ I

ବେଶି ହୋଇଗଲା ଛଳନା କପଟ

ମୋ ନାଁ ରେ ଦଳେ ବେପାର କଲେ

ଅସଲ ଭକ୍ତ ମୋ ଦର୍ଶନ ନପାଇ

ନିରୋଳାରେ ବସି ଲୁହ ଢାଳିଲେ I

ସେପାଇଁ ଆଜି ମୁଁ ନିଜକୁ ଲୁଚେଇ

ଶ୍ରୀମନ୍ଦିରେ ଏକା ଏକା ବସିଛି

ସୁଧୁରିବ ନାହିଁ ଠକ ମାନେ ଯଦି

ବାଟରେ ତୁମକୁ କାଳ ଛକିଛି I

    


Rate this content
Log in

Similar oriya poem from Fantasy