STORYMIRROR

RUNALAILA MOHANTA

Fantasy Others

3  

RUNALAILA MOHANTA

Fantasy Others

ଶିକ୍ଷକ

ଶିକ୍ଷକ

1 min
216


ପ୍ରଣାମ ହେ ଗୁରୁ ମହାନ

ଆପଣଙ୍କ ରାତ୍ରି ହେଉ ଦିନ ସମାନ


ଚଲାବାଟେ ଆପଣଙ୍କର 

ପୁଷ୍ପର ହେଉ ଅଶେଷ ବର୍ଷଣ


  ନ ଆସୁ କେବେ ଦୁଃଖ 

  ଏ ଜୀବନେ ଆପଣଙ୍କ


  ହସର ସୁଅ ଛୁୁଟୁ

  ଭରି ଯାଉ ସୁଖର କଳସ


ପୂର୍ଣ୍ଣବ୍ରହ୍ମ ସାଜି ତୁମେ

କୋଟି ତାରକାକୁ କର ପ୍ରଜ୍ବଳିତ


ମୂଢ଼ ଅଜ୍ଞାନୀର ବି ଜାଳି ଜ୍ଞାନଦୀପ

 ଗଢି ଅଛ କେତେ ସୁସ୍ଥ ମସ୍ତିଷ୍କ


ଆପଣଙ୍କ ସୁବିଚାର

ବଢାଇ ଦିଏ ସଭିଙ୍କ ମନୋବଳ


ଗଢି ଦିଅ କୋଟି ଭବିଷ୍ୟତ

ଖୋଲି ଦେଇ ନିଜ ଜ୍ଞାନ ଭଣ୍ଡାର


ହେ ଜ୍ଞାନୀ ଗୁରୁଦେବ 

ଗଢି ଅଛ କେତେ ବ୍ୟକ୍ତି ବିଶେଷ


 ଶିକ୍ଷକ ତୁମେ ଉଚ୍ଚ କୋଟୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy