STORYMIRROR

Dr. Pratap Kumar Swain

Fantasy

3  

Dr. Pratap Kumar Swain

Fantasy

କବିର ଦୁଃଖ (ଅଷ୍ଟମ ଭାଗ)

କବିର ଦୁଃଖ (ଅଷ୍ଟମ ଭାଗ)

1 min
173


କବି ପାଇଁ ନିଶି ଦିବସ ସମାନ

ଦୁଃଖ ହେଉ ଅବା ସୁଖ

ଲେଖି ଚାଲେ କବି ଲେଖନୀ ମୁନରେ

ଭୁଲି ତା ଉଦର ଭୋକ।

କବି ଲେଖୁଅଛି ଅନନ୍ତ କାଳରୁ

ପଢୁ କି ନ ପଢୁ କେହି

ଇତିହାସ ସିନା ଲେଖା ଚାଲୁଅଛି

କବି କୁ ଖୋଜୁନି କେହି।

କବିର କବିତା ବର୍ଣ୍ଣନା କରେ

ପ୍ରତିଟି ହୃଦୟ ବ୍ୟଥା

ତା ଆଗରେ ସବୁ ଜୀବନ ସମାନ

ହେଉ ନେତା କି ଜନତା।

ମାଟିର ମଣିଷ କବି ଲେଖନୀରେ

ଭଗବାନ ହୋଇଯାଏ

ଜମିଦାର ଯେତେ ଲୁଣ୍ଠନ କଲେବି

କବି ହାତେ ଧରାଦିଏ।

କବି ର ଆଖିରେ ବାରମାସରେ

ସାତ ଋତୁ ଆସିଥାଏ।

ସପ୍ତମ ଋତୁ ଟି ସମ୍ଭାବନାର

ନୂଆ ମନ୍ତ୍ର ଆଣି ଥାଏ।

ପୁରସ୍କାର କିମ୍ବା ତିରସ୍କାର ତାକୁ

ପାରେନି ବିଚ୍ଯୁତ କରି।

ପ୍ରକୃତି ବିଭବ ଶୋଷଣ କଷଣ

ସବୁଲେଖେ ଧୈର୍ଯ୍ଯଧରି।

କବି ର ହାତରେ ସୃଷ୍ଟି ହେଉଥାଏ

କେତେ ଯେ ନୂଆ କବିତା

କେହି ପଢୁନାହିଁ ତାହାରି ସୃଷ୍ଟି କୁ

କବିର ବଢଇ ଚିନ୍ତା ।

ନିଜେ ଦୁଃଖ ସହି ଚିନ୍ତା କରେ ନିତି ସମାଜର ହିତ ପାଇଁ 

ସମାଜ କେବେବି କବି ର ଦୁଃଖ କୁ ବୁଝି ତ ପାରିବ ନାହିଁ ।

କବି ଦେଖୁଅଛି କରୋନା ର ଗ୍ରାସ

ପାଟିରେ ତାଲା ପକାଇ

ଲେଖନୀ ତାହାର ଚାଲିଛି ଚାଲିବ

ଯେତେଦିନ ଥିବ ଜୀଇଁ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy