Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ଗୋଲାପି ଚିଠି

ଗୋଲାପି ଚିଠି

1 min
163



ଗୋଲାପ ଓଠର ଭାଷାକୁ

ଗୋଲାପି ଚିଠିରେ ସଜେଇ

ଲେଖିଛା ଚିଠିଟି ପ୍ରିୟା ମୋ'

ମନକୁ ମଜେଇ-

ପ୍ରେମରେ ଭିଜେଇ-

ଚିଠି ପଢି ତା'ର....

ପାରୁନି ମନକୁ ବୁଝେଇ ।


ମନ ମହକରେ ବାସେ,

ତା' ହାତ ଲେଖା ଚିଠିଟି 

ଜାଦୁ ଝର କଲମରେ

ଲେଖିଛି ସେ ଛୋଟ ଚିଠିଟି

ଭାଷାର କାଉଁରୀ ଛୁଆଁ-

ଥରେଇ ଦେଉଛି ହିଆ -

ରହି ମୁଁ ପାରୁନି ପ୍ରିୟା.....

ତୁମକୁ ଦୁରେଇ ଦେଇ।


ଅଳପ କଥାରେ ତୁମେ

କେତେ କଥା ଲେଖିଛ ।

ବିରହର ଜଉଘରେ

ତିଳ ତିଳ କରି ଜାଳୁଛ ।

ପାରୁନାହିଁ ଆଉ ସହି-

ତୁମକୁ ଦୁରେଇ ଦେଇ-

ପରଦେଶେ ଝୁରେ ମନ...

ମାନସୀ ମୋ' ମାନମୟୀ ।




Rate this content
Log in

Similar oriya poem from Romance