STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଶିବ ବିବାହ

ଶିବ ବିବାହ

1 min
291

ଶିବଙ୍କ ଚରଣେ ଆମର ଭକତି

ଶିବ ହେବେ ଆମ ଗୌରୀ ପତି

କରୁଣା ସାଗର ଆମ ଭୋଳାଶଙ୍କର

ବର ବେଶ ହୋଇ ସେ ଦିଶନ୍ତି ସୁନ୍ଦର

ବୃଷଭ ବାହନରେ ବସି ଯିବେ ମହେଶ୍ୱର

ବର ଯାତ୍ରି ହୋଇ ଥିବେ ଶିବ ଗଣ ସାଥେ କିନ୍ନର

ଦେହେ ବୋଳି ହୋଇ ଥିବ ପ୍ରଭୁ ଶ୍ମଶାନ ଭସ୍ମକୁ

କପଳ ମାଳ ପିନ୍ଧି ଧରି ଥିବ. ହାତେ ତ୍ରିଶୂଳକୁ

ପାର୍ବତୀଙ୍କ ସାଥେ ହେବ ଶୁଭ ପରିଣୟ ତୁମର

ତୁମେ ତ୍ରିକାଳଦର୍ଶୀ ବାବା ଗଙ୍ଗାଧର

ତୁମେ ମହାଯୋଗୀ ତୁମେ ବାବା ଯୋଗେଶ୍ଵର

ତୁମେ କାମ ଦେବଙ୍କୁ ଭସ୍ମ କରିଥିଲ

ତୃତୀୟ ନେତ୍ରରେ ତୁମର

ତୁମେ ମୃତ୍ୟୁଞ୍ଜୟ କଲ୍ୟାଣମୟ ନୀଳକଣ୍ଠେଶ୍ୱର

ବିଷ ପାନ କରିଥିଲ ଆହେ ଚନ୍ଦ୍ରଶେଖର

ତୁମେ ଦେବ ଦମ୍ପତ୍ତି ତୁମରି ଦର୍ଶନେ

କୋଟି ଜନ୍ମ ପାପ ଧୋଇ ହେବ

ତୁମେ ଜଗତକୁ ନିରୋଗରେ ରଖି

ଥିବ ଏମିତି ବିନତି ମୋର ରଖିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy