ଶିବ ବିବାହ
ଶିବ ବିବାହ
ଶିବଙ୍କ ଚରଣେ ଆମର ଭକତି
ଶିବ ହେବେ ଆମ ଗୌରୀ ପତି
କରୁଣା ସାଗର ଆମ ଭୋଳାଶଙ୍କର
ବର ବେଶ ହୋଇ ସେ ଦିଶନ୍ତି ସୁନ୍ଦର
ବୃଷଭ ବାହନରେ ବସି ଯିବେ ମହେଶ୍ୱର
ବର ଯାତ୍ରି ହୋଇ ଥିବେ ଶିବ ଗଣ ସାଥେ କିନ୍ନର
ଦେହେ ବୋଳି ହୋଇ ଥିବ ପ୍ରଭୁ ଶ୍ମଶାନ ଭସ୍ମକୁ
କପଳ ମାଳ ପିନ୍ଧି ଧରି ଥିବ. ହାତେ ତ୍ରିଶୂଳକୁ
ପାର୍ବତୀଙ୍କ ସାଥେ ହେବ ଶୁଭ ପରିଣୟ ତୁମର
ତୁମେ ତ୍ରିକାଳଦର୍ଶୀ ବାବା ଗଙ୍ଗାଧର
ତୁମେ ମହାଯୋଗୀ ତୁମେ ବାବା ଯୋଗେଶ୍ଵର
ତୁମେ କାମ ଦେବଙ୍କୁ ଭସ୍ମ କରିଥିଲ
ତୃତୀୟ ନେତ୍ରରେ ତୁମର
ତୁମେ ମୃତ୍ୟୁଞ୍ଜୟ କଲ୍ୟାଣମୟ ନୀଳକଣ୍ଠେଶ୍ୱର
ବିଷ ପାନ କରିଥିଲ ଆହେ ଚନ୍ଦ୍ରଶେଖର
ତୁମେ ଦେବ ଦମ୍ପତ୍ତି ତୁମରି ଦର୍ଶନେ
କୋଟି ଜନ୍ମ ପାପ ଧୋଇ ହେବ
ତୁମେ ଜଗତକୁ ନିରୋଗରେ ରଖି
ଥିବ ଏମିତି ବିନତି ମୋର ରଖିବ
