ତୁମେ ଅର୍ଦ୍ଧ ବିରାମ ପରି
ତୁମେ ଅର୍ଦ୍ଧ ବିରାମ ପରି
ତୁମେ ଠିକ ଜୋସ୍ନା ବିଧୌତ ଇନ୍ଦୁଟେ ପରି
ଯେତେ ଦେଖିଲେ ବି ଭରେନି ମନ ,
ତା ଶୀତଳତାରେ ଭିଜିବାକୁ ହୁଏ ଭାରି ଉଚ୍ଛନ୍ନ ,
ପୁଣି ତୁମେ ସଙ୍ଗୀତର ମୂର୍ଚ୍ଛନା ପରି ଯେତେ ଶୁଣିଲେ ପୁରେନି ମନ ,
ତା ମୂର୍ଚ୍ଛନା ରେ ଭିଜିବାକୁ କରେ ମନ ।
ବାସ୍ନା ତୁମ ପହିଲି ବର୍ଷା ଭିଜା ମାଟି ପରି ,
ଯେତେ ବଢେ ମନ କହେ ମିଳୁ ବାସ ଆହୁରି ,
ତୁମ ମୁଖ ବର୍ଦ୍ଧିତ ଚନ୍ଦ୍ରମାର ଉଜ୍ଜ୍ଵଳତା ପରି ,
ଅନ୍ଧକାର ହଜିଯାଏ ମନ ଯାଏ ପୁରି ।
ତୁମେ ଏକ ଅଧାଲେଖା ବହିଟିଏ ପରି ,
ପୂର୍ଣ୍ଣ କରିବାକୁ ଶବ୍ଦ ଅଭାବ ଶବ୍ଦ ସମ୍ଭାର ରହିଥିଲେ ବି ପୁରୀ ,
ଲେଖକ ଟିଏ ହୋଇ ବିନା ପୂର୍ଣ୍ଣତାରେ କେମିତି ବିରାମ କରି ,
କଲମ ସ୍ୟାହି କିନ୍ତୁ ବିରାମ ଆଶେ ଦୌଡ଼ି ଚାଲେ ପୂର୍ଣ୍ଣଛେଦ ତିଆରି ।
କିନ୍ତୁ ! ବହିଟି ନା ପାଏ ପୂର୍ଣ୍ଣତା ,
ଲେଖା ଟିଏ ସରିବି ରହିଯାଏ ଅଧାରେ କଥା ,
ସ୍ୟାହି ସିନା ଝରି ଝରି ଉପରକୁ ଆଣେ ପୂର୍ଣ୍ଣତା ,
କିନ୍ତୁ ମର୍ମ ବିନା ଲାଗେ ଅଧୁରା ଅଧାଲେଖା ବାର୍ତ୍ତା।