ଅଭାଗା ମଣିଷ
ଅଭାଗା ମଣିଷ
ମୁ ଅଭାଗା ମଣିଷ ଟିଏ
ସାହା ଭରସା ନାହିଁ ମୋର କିଏ ।
ଯାହା ଭାବେ ମୁହିଁ ପାଏ ନାହିଁ
ଜୀବନରେ ନିରାଶ ସେଥି ପାଇଁ ।
ପାଖରେ ଧନ ସମ୍ପତ୍ତି ମୋର ନାହିଁ
ସାହା ଭରସା ମୋର ଜଗତ ସାଇଁଁ ।
ଯେ ଡାଳ ଧରୁଛି ସେ ଡାଳ ଛିଡୁଛି
ଆପଣା ଲୋକ ବି ପର କରୁଛି ।
ଖାଇବାକୁ ଦାନା ପିନ୍ଧିବାକୁ କନା
ମୋତେ ମିଳେ ନାହିଁ
ଭାଗ୍ୟ କୁ ଆଦରି ରହୁ ଅଛି ମୁହିଁ ।
ଦୁନିଆରେ ଲୋକ ମୋତେ ପରିହାସ କରନ୍ତି
ନିରୀହ ସରଳ ଭାବି ଯାତନା ଦିଅନ୍ତି ।
ସମ୍ମାନ ଠାରୁ ବେଶୀ ପାଏ ଅପମାନ
ଅଭାଗା ମଣିଷ ର ଏଇ ତ ଜୀବନ ।