STORYMIRROR

Sanjukta Padhi

Fantasy Inspirational

3  

Sanjukta Padhi

Fantasy Inspirational

ତାଲାବନ୍ଦ ଅଭିଯାନ

ତାଲାବନ୍ଦ ଅଭିଯାନ

1 min
249


ଖାଇପିଇ ଘରେ ରହି

କିଛିଦିନ ଭଲରେ ବିତିଲା,

ପୁଣିଥରେ ବାହାରିଲା

ସେଇ ଭୋକର ପାଲା

ଗୁଣ୍ଡା ଏ ଭାତ ଆଉ

ଚିମୁଟାଏ ଲୁଣ ଲାଗି

କେତେ ଯେ ସଂଘର୍ଷ ।

ମାଟି ମାଁ'ର ଡାକରା ରେ

ଦମ୍ଭ ଧରି ବାହାରିଲା,

ଟ୍ରକ୍ ଚାଳକର ଦୟାରେ

ମାଲ୍ ବୋଝେଇ ଗାଡ଼ି

ଲଥ କିନା ବସିପଡ଼ିଲା

ପେଟରେ ଅସମ୍ଭାଳ ଭୋକ

ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ

ଶିଝି ଶିଝି ଗୋଟାପଣେ

କଳାକାଠ ପ୍ରାୟେ ରୂପ

କଳାହାଣ୍ଡିଆ ମେଘର

ଶୀତଳ ଆଲିଙ୍ଗନ

ତେଲନଦୀର ଵିଳାପ

ପିତ୍ରୃ ପୁରୁଷଙ୍କ ଅନୁଗ୍ରହ

ଜନ୍ମଭୂମି ର ଆଶିଷରେ

ବଳ ସଂଚାର କଲା

ସୀମା ଭିତରେ ପହଞ୍ଚିଲା

କ୍ବାରେନ୍ ଟାଇନ୍ ର

ସାଜସଜ୍ଜା ତୋରଣ

ଶିକ୍ଷକ ଡାକ୍ତର ଦେହରକ୍ଷୀ  

ସମାଜ ସେବୀ ଗଣଙ୍କ

ସାମାଜିକ ଦୂରତା ର

ନିଃସ୍ୱାର୍ଥପର ବାରଣ

ଅସ୍ପର୍ଶ ଆମନ୍ତ୍ରଣ କରେ।

ଉତ୍ତମ ଖାଦ୍ୟ ପାନୀୟ

ସୁସ୍ଥ ବାତାବରଣ ର

ଅଠେଇଶି ଦିନ ପରେ

ଦୁଇହଜାର ଟଙ୍କା ଧରି

ମଙ୍ଗଳୁ ଆଜି ଗାଁ କୁ ଆସିଛି ।

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy