STORYMIRROR

Santosh Kumar Nayak

Romance Fantasy Others

3  

Santosh Kumar Nayak

Romance Fantasy Others

ତୁମକୁ ନେଇ ମୋ କବିତା

ତୁମକୁ ନେଇ ମୋ କବିତା

1 min
289

ସହରର ସବୁ ବତୀ ଲିଭିଗଲା ପରେ

ତୁମେ ଆସ ଲୁଚି ଲୁଚି ଅମା ଅନ୍ଧକାରେ

   ମିଠା ମିଠା କଥା କୁହ

   ଖିଲି ଖିଲି ହସି ଦିଅ

ଧିରେ ଛୁଇଁ ଦେଇ ପୁଣି ଚାଲିଯାଅ ଦୂରେ 

ସହରର ସବୁ ବତୀ ଲିଭିଗଲା ପରେ ।


ରାତିରେ ମୁଁ ଏକା ଏକା ଶୋଇଗଲା ପରେ

ତୁମେ ଆସ ଚୁପି ଚୁପି ମିଛ ସପନରେ

    ସତ ସତ ଲାଗୁଥାଏ

    ସବୁକିଛି ଭୁଲିଯାଏ

ଆଖି ଯେବେ ଖୋଲେ ତୁମେ ନ ଥାଅ ପାଖରେ

ସହରର ସବୁ ବତୀ ଲିଭିଗଲା ପରେ ।


ନିଦ ମୋର ଭାଙ୍ଗିଦେଇ ଚାଲିଗଲା ପରେ

ତୁମ ମୁହଁ ଦିଶେ ଖାଲି ମୋ ଚାରି କାନ୍ଥରେ

    କଲମକୁ ତୂଳୀ ଭାବି

    ଆଙ୍କିଦିଏ ତୁମ ଛବି

କବିତାଟେ ହେଇଯାଏ କାଗଜ ଉପରେ

ସହରର ସବୁ ବତୀ ଲିଭିଗଲା ପରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance