STORYMIRROR

Ch Loknath Reddy

Action Fantasy Inspirational

3  

Ch Loknath Reddy

Action Fantasy Inspirational

ଜୀବନ ତତ୍ତ୍ୱ

ଜୀବନ ତତ୍ତ୍ୱ

1 min
247

କେମିତି କହିବୁ ସଭିଙ୍କୁ ନିଜର ,ଅଣ୍ଟିଛୁରୀ ତଣ୍ଟିକାଟେ

କିଏ ହେବନାହିଁ କେବେବି କାହାର ଯିଏ ଯାଏ ତା'ର ବାଟେ।


ଭାବୁଥିବୁ ଯିଏ ରହିବ ତୋ ସାଥେ,ସଦା ହୋଇ ତୋର ସଖା 

ସ୍ୱାର୍ଥପର ହୋଇ ଚାଲିଯିବ ଦିନେ କରିଦେଇ ତୋତେ ଏକା ।


ଅତୀବ ନିଜର ଭାବିବୁ ଯାହାକୁ, ଧୋକା ଦେବ ଦିନେ ତୋତେ 

କେମିତି କହିବୁ ସଭିଙ୍କୁ ନିଜର ,ଅଣ୍ଟିଛୁରୀ ତଣ୍ଟିକାଟେ ।


ଘଡିକୁ ଘଡିକୁ ବଦଳେ ମଣିଷ ହୋଇଯାଇ ସ୍ୱାର୍ଥପର

ଆଖି ବୁଝି ଯଦି କରିବୁ ବିଶ୍ୱାସ, ବିଶ୍ୱାସେ ଦେବ ଜହର ।


ସ୍ୱାର୍ଥ ଥିବାଯାଏଁ ଧନ ସୁନା କହି ଭୁଲାଇବେ କରି ବାଇ 

ସ୍ୱାର୍ଥ ସରିଗଲେ କହିଯିବେ ଦୂରୁ , ତୁହି କିଏ ଜାଣିନାହିଁ ।


ତୁ ସିନା ଭାବିବୁ ସଭିଙ୍କୁ ନିଜର,କେହି ଭାବିବେନି ତୋତେ

କିଏ ହେବନାହିଁ କେବେବି କାହାର, ଯିଏ ଯାଏ ତା'ର ବାଟେ ।


ବୁଝିଯାଅ ବନ୍ଧୁ ଅମୂଲ୍ୟ ଶିକ୍ଷାଟେ, କେହିବି ନୁହେଁ କାହାର

ନିଜ କର୍ମ ନିଜେ ସାରିଦେଇ ବନ୍ଧୁ, ଚାଲିଯିବୁ ସ୍ବର୍ଗପୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action