STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଆସିଛି ରଜ

ଆସିଛି ରଜ

1 min
226


ଆସିଛି ରଜ ସଜନୀ ଲୋ ଆସିଛି ରଜ

କଜଲ ,ଅଳତା ଲଗାଇ ହେବା ଆମେ ସଜ ବାଜ

ଆସିଛି ରଜ ସଜନୀଲୋ ଆସିଛି ରଜ

ମିଠା ପାନ କୁ ଆମେ ଖାଇ ପାଟି କୁ

ଦେବା ରଙ୍ଗେଇ

ପୋଡ଼ ପିଠା ଖାଇ ଖେଳିବା ପୁଚି 

ସାଥି ମେଳେ ଥାଇ

ନାଚିବା ଖେଳିବା କରିବା ନାହିଁ ଲାଜ

ଆସିଛି ରଜ ସଜନୀ ଲୋ ଆସିଛି ରଜ

ରଜ ଚାରି ଦିନ ଖୁସିରେ ସଭିଏଁ କାଟିବା

ଭୂମି ଖୋଲିବା ନାହିଁ କଟା ବାଟା ଠୁ ଦୂରେଇଯିବା 

ବରଷ କେ ଥରେ ଗାଁରେ ଉତ୍ସବ ଆଜ

ଆସିଛି ରାଜ ସଜନୀ ଲୋ ଆସିଛି ରଜ

ଆମ ଓଡ଼ିଶାର ପରବ ପାଇଁ ହେବା ଗର୍ବିତ

ଦୋଳିରେ ଝୁଲିବା ଏକାଠି ହେବା ଗାଇବା ରଜ ଗୀତ

ନାରୀ ପୁରୁଷ ସଭିଏଁ କରିବା ମଉଜ

ଆସିଛି ରଜ ସଜନୀ ଲୋ ଆସିଛି ରଜ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy