Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Children Stories Classics

3  

Hitesh Mohapatra

Abstract Children Stories Classics

ଆଜି କାହିଁ ପୁଣି ଇଛାହୁଏ ସ୍କୁଲ୍‌ ଜିବାକୁ

ଆଜି କାହିଁ ପୁଣି ଇଛାହୁଏ ସ୍କୁଲ୍‌ ଜିବାକୁ

1 min
311


ଆଜି କାହିଁ ପୁଣି ଇଛା ହେଉଛି

ସ୍କୁଲ୍‌ ଜିବାକୁ

ସେହି ସ୍କୁଲ ପଡିଆ ର ବାଲିରେ

ବାଷ୍କେଟ୍‌ ବଲ୍‌ ଖେଳି ବାକୁ

ମରା ନଡିଆ ତେଲ, ମୁଣ୍ଡରେ ଲଗାଇ

ସାଇଡ୍‌ ସିନ୍ତା କାଡି ବାକୁ ।


କାହିଁ ବେଳେ ବେଳେ ମନେ ପଡେ

ସେହି ଦ୍ୱିତିୟ ଧାଡିର ତୃତୀୟ ଝିଅ କଥା

କିଛି ନ କହି ବହୁ ଶୁଣିଥିଲି କଥା ଅନ୍ୟଥା ।


ଶାଗୁଆ ପେଣ୍ଟ୍‌କୁ ସାର୍ଟ ଧଳା

ପାଦରେ ଚପଲ ନୀଳ ଫିତା ବାଲା

ଚାଲୁଥିଲୁ ମୁଣ୍ଡାଇ ରସ ବାକ୍ସକୁ

ଚାତକ ଭଳି ଅନେଇ ରହୁଥିଲୁ

ଚାରିଟା ବେଳକୁ

ଆଜି ପୁଣି ଇଛାହୁଏ ସ୍କୁଲ୍‌ ଜିବାକୁ ।


ଦିଦିଙ୍କ କାନ ମୁଡା ଚାପୁଡା

ସଂସ୍କୃତ ପଣ୍ଡିତଙ୍କ ବାଳକ ବାଳିକାଃ

ଗଣିତ ସାରଙ୍କ ଆଲ୍‌ଫା ବିଟା

ଥରେ ଥରେ ମନେ ପଡିଯାଏ

ସାଙ୍ଗ ମାନଙ୍କଠୁ

ଝିଅ ନା ମିସା ଥଟ୍ଟା ।


ଶ୍ରେଣିର ପ୍ରଥମ ସ୍ଥାନ ପାଇଁ ଦୌଡ

ଖେଳରେ ଦୌଡ

ଦୌଡି ଦୌଡି ଆସିଗଲାଣି ପୌଢ଼

ତଥାପି ସରୁନି ଏ ଗତିହିନ ଦୌଡ 

ଆଜି କାହିଁ ପୁଣି ଇଛାହୁଏ ସ୍କୁଲ୍‌ ଜିବାକୁ । ୫


Rate this content
Log in

Similar oriya poem from Abstract