STORYMIRROR

URMILA MAHAPATRA

Children Stories

3  

URMILA MAHAPATRA

Children Stories

ଆମେରେ ଶିଶୁ

ଆମେରେ ଶିଶୁ

1 min
302

ଆମେରେ ଶିଶୁ   ଭାରତ ମାତାର

    ରଖିବୁ ମାଆର ଟେକ

ଗଢିବା ଆମର   ପୁରୁଣା ସଉକ

    ଗଢ଼ିବୁ ନୂଆ କୋଣାର୍କ l


 ଆମେରେ ବୁଦ୍ଧ,   ବିବେକାନନ୍ଦ

    ଆମେରେ ଶ୍ରୀ ଅରବିନ୍ଦ

ହସି ହସାଇବୁ    ଏ ସାରା ଦୁନିଆ

    ଆମେରେ ବାଳ ଗୋବିନ୍ଦ l


ସଂସାର ଉଦ୍ୟାନେ  କଢିଟିଏ ଆମେ

   ଫୁଟି ଚହଟାଇ ଦେବୁ

ଚାଇନା ଚାଲାକି   ଚଳିବନି ଏଠି

   ସଚ୍ଚା ଭାରତୀୟ ହେବୁ l


ଆସନ୍ତା କାଲିର  ନାଗରିକ ଆମେ

   ଆମେରେ ଭବିଷ୍ୟ କର୍ମା

ନ ଭାବିବ ଛୋଟ  ଆମେତେ ବିରାଟ

   ଆମେ ଅଟୁ ଯୋଗଜନ୍ମା l


ଆମେ ଅଟୁ ଧ୍ରୁବ  ଆମେ ପ୍ରହଲାଦ

    ଅଟୁରେ ଆମେ ଧରମା

ବାଜି ରାଉତ ବି  ଆମେ ଅଟୁ ଭାଇ

    ଆମେରେ କୃଷ୍ଣ ସୁଦାମା l


ଶିଶୁ ଦିବସ ରେ  ଦିଅ ଆଶୀର୍ବାଦ

     ନହେବୁ ଆମେ ଦୁର୍ବଳ

ଶତ ସିଂହ ବଳ  ଆମେରେ ଅମର

    ଅଟୁରେ ନୂଆ ସକାଳ l


Rate this content
Log in