STORYMIRROR

Kalpana Kumari Pradhan

Inspirational Children

3  

Kalpana Kumari Pradhan

Inspirational Children

ଉପଦେଶ

ଉପଦେଶ

1 min
430

ଚୁଲବୁଲି ଝିଅ ଟିଏ

ନାଁ ଟି ତାହାରି ଗେଲି

ମନମଉଜ ରେ ନାଚି ଖେଳି

ଗୀତ ଗାଏ ବୁଲି ବୁଲି l


ସ୍କୁଲରୁ ଫେରିବା ବାଟେ

ଆଖି ତାର ଯାଇ ଅଟକି

ସୁନ୍ଦର ପ୍ରଜାପତି ଟିଏ

ବୁଢିଆଣୀ ଜାଲେ ଯାଇଛି ଲାଖି l


ବେଳୁବେଳ ଯାଏ ଫସି

ମୁକୁଳିବା ପାଇଁ କରି ପ୍ରୟାସ

ଦେଖି ଗେଲି ଭାରି ବିଚଳିତ

ମନପଡେ ବଡ଼ବାପା ଙ୍କ ଉପଦେଶ l


ବିପଦେ ପଡ଼ିଥିଲେ କେହି

ମନର ଚଞ୍ଚଳେ ତୁହି

ସାହାଯ୍ୟ କରିବୁ ଅସହାୟକୁ

ଏକଥା ଭୁଲିତୁ ଯିବୁ ନାହିଁ l


ପରୋପକାର କରିଲେ ମିଳେ

ଶାନ୍ତି ଆଉ ଆତ୍ମ ସନ୍ତୋଷ

ସାଦରେ ଲଭୁ ଥିବୁ ତୁହି

ସଭିଙ୍କର ସ୍ନେହ ,ଶ୍ରଦ୍ଧା ପରସ l


ଜଷ୍ଟି ଏକ ଧରି

ନିକଟରେ ହୁଏ ପରବେଶ

କଣ୍ଟାର ଆଘାତେ ଛିଣ୍ଡି

ଯାଏ ତା ଗୋଡ଼ ହାତ l


ତେଣିକି ନାହିଁ ଖାତର

ମୁକ୍ତ କରେ ଟିକି ପ୍ରଜାପତି

ଉଡ଼ିଯାଏ ଆନନ୍ଦେ ତା ପଥେ

କୋମଳ ସ୍ପର୍ଶ ଦେଇ ତା ହାତେ l



Rate this content
Log in

Similar oriya poem from Inspirational