STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ଯାଉଛୁ କାହିଁ ନେଉଳ ଭାଇ

ଯାଉଛୁ କାହିଁ ନେଉଳ ଭାଇ

1 min
613

    ଯାଉଛୁ କାହିଁ ନେଉଳ ଭାଇ

       ଧାଇଁଛୁ ଏଡେ ଖରେ

    ଖାଇବୁ ଦେବି ପାକଲା କେନ୍ଦୁ

       ଆସ ତୁ ଆମ ଘରେ ।। 


    ପଶମ ଲୋମ ଦେହରେ ତୋର

       ମାଖି ମୁଁ ଦେବି ତେଲ

    ଗାଧେଇ ଖାଇ ଆମରି ଘରେ

       ହୋଇବୁ କେତେ ଗେଲ ।। 


    ଖୁସି ଖୁସିରେ ବଡ ମଜାରେ

       ବୁଲିବୁ ଘର ସାରା

    ଦେଖିବୁ ବୁଲି ଆମରି ପୋଷା

       ବିରାଡ଼ି, ଶୁଆ, ପାରା ।। 


    ସଭିଏଁ ଆମେ ଏକାଠି ହୋଇ

       ଖେଳିବା ନାନା ଖେଳ

    ଲୁଚିବୁ ତୁହି ଖୋଜିବୁ ଆମେ

       ଜମିବ ଆମ ମେଳ ।। 


    ବୁଦିବୁଦିକା ଗଛ ଭିତରେ

       ଲୁଚିବୁ ଯେବେ ଯାଇ

    ଦେଖିବି ତୋତେ ମାରିବି ତାଳି

       ଘର ଭିତରେ ଥାଇ ।। 


    କହନ୍ତି ମାଆ ସାପଟା କାଳେ

       ତୋହରି ବଡ ଅରି

    ତୋ ଦିନ କଟେ ତାହାରି ସାଥେ

       ଝଗଡା କରି କରି ।। 


    ସରିଲେ ଖେଳ ଯିବୁନି ଚାଲି

       ମୋ ପାଶେ ଯିବୁ ରହି

    ପଢିବୁ ପାଠ ତୋ ପାଇଁ ଆଣି

       ଦେବି ମୁଁ ଛବି ବହି ।। 


    ତୁଉ ପଢିଲେ ମୁଉଁ ପଢିବି

       ମୁଉଁ ପଢିଲେ ତୁଉ

    ପଢିଲେ ପାଠ ପାଠୁଆ ଆମେ

       ହେବାରେ ତୁଉ ମୁଉଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational